ବାଲିଗୁଡା,୩୦/୦୩/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡାର ଏନଏସି ଓ ବ୍ଲକ ଅଧ୍ୟକ୍ଷ ଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ନିଜ ନିଜର ଆସନ ଅଳଙ୍କୃତ କରିଛନ୍ତି । ପ୍ରଥମେ ଏନଏସି କାର୍ଯ୍ୟାଳୟରେ ନବ ନିର୍ବାଚିତ ହୋଇଥିବା ଏନଏସିର ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଅଧ୍ୟକ୍ଷ ଦାୟିତ୍ୱ ନେବା ସହ ଅଧକ୍ଷ ଆସନରେ ବସିଥିଲେ । ଏଥିରେ ବିଜେଡି ଦଳର ସମସ୍ତ ନୂତନ କାଉନସିଲର, ସାଂସଦ ପ୍ରତିନିଧି ତଥା ପୁର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢୀ ଓ ବହୁ ବିଜେଡି କର୍ମିମାନେ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପରେ ସମସ୍ତ ବିଜେଡି କର୍ମି ବ୍ଲକ ଅଭିମୁଖେ ବାହାରିଥିଲେ । ବ୍ଲକରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ମିଶାବତୀ ମଳିକ ବ୍ଲକର ଅଧ୍ୟକ୍ଷା ଦାୟିତ୍ୱ ନେବା ସହ ଅଧ୍ୟକ୍ଷା ଆସନରେ ବସିଛନ୍ତି । ସେହି ଭଳି ବ୍ଲକ ଉପାଧ୍ୟାକ୍ଷା ନିକୋଜିନି ଦିଗାଲ ମଧ୍ୟ ଉପାଧ୍ୟାକ୍ଷା ଆସନରେ ବସିଛନ୍ତି । ଏଥିରେ ବିଡିଓ ଡ.ଜଗଦୀଶ ଷଢଙ୍ଗି ଉପସ୍ଥିତ ଥିଲେ ।ସରପଞ୍ଚ ଓ ସମିତିସଭ୍ୟ ସମେତ ଅନେକ ବିଜେଡି କର୍ମିମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଓଡିଶା ସମାଚାର
