Saturday , August 13 2022
Breaking News
Home / ବିଶେଷ / ପିଉସୀ ମା’କୁ ଇଟାରେ ଛେଚି ହତ୍ୟା କଲା ଅର୍ଦ୍ଧ ମାନସିକ ବିକାରଗ୍ରସ୍ତ ପୁତୁରା

ପିଉସୀ ମା’କୁ ଇଟାରେ ଛେଚି ହତ୍ୟା କଲା ଅର୍ଦ୍ଧ ମାନସିକ ବିକାରଗ୍ରସ୍ତ ପୁତୁରା

ମାହାଙ୍ଗା, ୩୦/୦୩/୨୦୨୨( ଓଡ଼ିଶା ସମାଚାର )- କଟକ ଜିଲ୍ଲା ମାହାଙ୍ଗା ଥାନା ପଦନଦାସପୁର ଗ୍ରାମରେ ପିଉସୀ ମା’କୁ ଇଟାରେ ଛେଚି ହତ୍ୟା କରିଛି ପୁତୁରା। ଅର୍ଦ୍ଧ ମାନସିକ ବିକାରଗ୍ରସ୍ତ ପୁତୁରା ସନ୍ତୋଷ ସାହୁ ଓରଫ ମିଟୁଆ ଉତକ୍ଷିପ୍ତ ହୋଇ ପିଉସୀ ମା’କୁ ଆଜି ସକାଳୁ କୌଣସି କାରଣକୁ ନେଇ ଇଟାରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ଘଟଣାସ୍ଥଳରେ ପିଉସୀ ମା’ ମନୋରମା ସାହୁ(୫୦)ଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମାହାଙ୍ଗା ଥାନା ପୁଲିସ ପହଂଚି ଅଭିଯୁକ୍ତ ହତ୍ୟାକାରୀ ପୁତୁରାକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ସାଇଂଟିଫିକ୍ ଟିମ ସହ ପୁଲିସ ଡ଼ିଏସପି ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି। ହତ୍ୟାକାରୀ ଅର୍ଦ୍ଧ ମାନସିକ ବିକାରଗ୍ରସ୍ତ ପୁତୁରା ସନ୍ତୋଷ ର ସାନ ଭାଇ ହରେକୃଷ୍ଣ ସାହୁଙ୍କ ଏତଲା ଆଧାରରେ ପୁଲିସ ସନ୍ତୋଷକୁ ଗିରଫ କରିଛି। ପୂର୍ବରୁ ସନ୍ତୋଷ ଏହିଭଳି ନିଜ ବାପା ମା’କୁ ପିଟି ପିଟି ମାରିଦେଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.