Tuesday , August 9 2022
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଙ୍କ ଗୃହ ପ୍ରବେଶ ଉତ୍ସବ 

ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଙ୍କ ଗୃହ ପ୍ରବେଶ ଉତ୍ସବ 

ଗରଦପୁର, ୩୦/୦୩/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ର ନବ ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଆଜି ବ୍ଲକ୍ ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେଥିପାଇଁ ଆଜି ଏକ ଗୃହ ପ୍ରବେଶ ଉତ୍ସବର ଆୟୋଜନ କରାଯାଇଥିଲା । କୋରୁଆ କଲେଜ ଛକ ଠାରୁ ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମୀମାନେ ଏକ ଦଳିୟ ଶୋଭାଯାତ୍ରାରେ ବ୍ଲକ୍ ନିକଟକୁ ଆସିଥିଲେ । ଶୋଭାଯାତ୍ରାର ପୁରୋଭାଗରେ ଜିଲା ଯୁବ ବିଜେଡ଼ି ସଭାପତି  ଶ୍ରୀ ଦାସ ଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଜିଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ଜିଲା ପରିଷଦ ସଦସ୍ୟା ଏଲିଜା ସ୍ୱାଇଁ ପ୍ରମୁଖ ରହିଥିବାବେଳେ ଏହି ଶୋଭାଯାତ୍ରାରେ ବ୍ଲକ୍ ର ବିଭିନ୍ନ ପଂଚାୟତରୁ ନିର୍ବାଚିତ ହୋଇଥିବା ସରପଂଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଶୋଭାଯାତ୍ରା ବ୍ଲକ୍ ନିକଟରେ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କୁ ପାଛୋଟି ନେଇଥିଲେ । ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟରେ ଏକ ପୂଜା ପାଠ କରାଯାଇଥିଲା । ପରେ ଅଧ୍ୟକ୍ଷ ଶ୍ରୀ ମହାରାଜ ନିଜ ଅଫିସ ପ୍ରକୋଷ୍ଠ ରେ ବସି କାର୍ଯ୍ୟଭାର ଗ୍ରହଣ କରିଥିଲେ । ବିଡ଼ିଓ ରଂଜିତ କୁମାର ମଲିକ୍ ଉତରୀୟ, ପୁଷ୍ପ ଗୁଛ ପ୍ରଦାନ କରି ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଜିପିଇଓ ଚୈତନ୍ୟ ବିଶ୍ୱାଳ ଓ ବ୍ଲକ୍ ର ସମସ୍ତ କର୍ମଚାରୀମାନେ ଅଧ୍ୟକ୍ଷ ଙ୍କୁ ପୁଷ୍ପ ଗୁଛ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି , ପୂର୍ବତନ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ଅଶୋକ କୁମାର ଜେନା,ପ୍ରହଲାଦ ସାହୁ , ସମାଜ ସେବୀ ପ୍ରକାଶ ଚନ୍ଦ୍ର ଜେନା,ସାରଦା ସାମନ୍ତରାୟ,ରବିନ୍ଦ୍ରନାଥ ବାରିକ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.