Wednesday , May 18 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କଳାବୁଦା ବାରୁଣୀ ରେ ବୁଡ଼ ପକାଇଲେ  ଶ୍ରଦ୍ଧାଳୁ

କଳାବୁଦା ବାରୁଣୀ ରେ ବୁଡ଼ ପକାଇଲେ  ଶ୍ରଦ୍ଧାଳୁ

ଗରଦପୁର, ୩୦/୦୩/୨୦୨୨( ଓଡ଼ିଶା ସମାଚାର )- ଚିତ୍ରୋତ୍ପଳା ଏକ ପବିତ୍ର ନଦୀ ହୋଇଥିବାରୁ କଳାବୁଦାସ୍ଥିତ ବାରୁଣୀ ପିଠ ରେ ଆଜି ଶହସ୍ରାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଗରଦପୁର ସମେତ ତିର୍ତୋଲ, କୁଜଙ୍ଗ, ନିଶ୍ଚିନ୍ତକୋଇଲି, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ବ୍ଲକ୍ ଅଂଚଳରୁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାରୁଣୀ ଠାରେ ଭିଡ଼ ଲଗାଇଥିଲେ । ଚିତ୍ରୋତ୍ପଳା ନଦୀରେ ସ୍ନାନ କରି ସୂର୍ଯ୍ୟ ନମସ୍କାର କରିବା ସହିତ ଇଷ୍ଟଦେବଙ୍କୁ ସ୍ମରଣ କରିଥିଲେ । ନିଶ୍ଚିନ୍ତକୋଇଲି ଏବଂ ସୁକରପଡ଼ାରୁ ଆସିଥିବା ଫକୀର ମାନେ ବାରୁଣୀ ନଦୀ ଘାଟରେ ପହୁଡ଼ ବିଛାଇଥିଲେ । ସେଥିରେ ଶ୍ରଦ୍ଧାଳୁମାନେ ଅରୁଆ ଚାଉଳ, ବିରି ଓ ପଇସା ପକାଇଥିଲେ । ପରେ ପରେ ଶ୍ରଦ୍ଧାଳୁମାନେ ସେଠାରେ ଥିବା ଶନିଶ୍ଚର ମନ୍ଦିର , ଦଧିଚି ପିଠ , ସନ୍ତୋଷୀ ମନ୍ଦିର , ସୂର୍ଯ୍ୟ ମନ୍ଦିର ଓ ଉତରେଶ୍ୱର ମହାଦେବ ମନ୍ଦିର ରେ ଜୀଉ ମାନଙ୍କୁ ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ । ଏପରିକି ମାନସିକ ରଖିଥିବା ଶ୍ରଦ୍ଧାଳୁମାନେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଥିଲେ । ଅନେକ ଶ୍ରଦ୍ଧାଳୁ ମାନସିକ ରଖି ମୁଣ୍ଡନ ହୋଇଥିଲେ ।  ସେହିପରି ବହୁ ଶ୍ରଦ୍ଧାଳୁ ପିତୃ ପୁରୁଷଙ୍କ ଅସ୍ଥି ବିଷର୍ଜନ କରିଥିଲେ  ଏବଂ କେତେକ ଶ୍ରଦ୍ଧାଳୁ ମଧ୍ୟ ବିବାହ ମୁକୁଟ ଆଣି ବିଷର୍ଜନ କରିଥିଲେ । ଭଜନ କୀର୍ତନ ଓ ହରିବୋଲ ହୁଳ ହୁଳିରେ ଆଧ୍ୟାତ୍ମିକ ପରିବେଶ ର ଏକ ମାହୋଲ ସୃଷ୍ଟି ହୋଇଥିଲା । ଶତାଧିକ ଉଠା ଦୋକାନ ମାନ ବସିଥିଲା । ପାଟକୁରା ଥାନା ପୋଲିସ ସଦଳବଳେ ଉପସ୍ଥ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା । ଅଗ୍ନୀଶମ ବାହିନୀ ଓ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମଧ୍ୟ ସେଠାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଗତ ୨ ବର୍ଷ ଧରି କରୋନା ପାଇଁ ବାରୁଣୀ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ଆଗ୍ରହର ସହ ବାରୁଣୀ ବୁଡ଼ ରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *