Tuesday , August 9 2022
Breaking News
Home / ବିଶେଷ / ଗୋତ୍ରବିଲ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ   

ଗୋତ୍ରବିଲ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ   

ଗରଦପୁର,୨୯/୦୩/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର  ପଂଚାୟତର ଗୋତ୍ରବିଲ ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଦୁଇ ଦିନ ବ୍ୟାପି  ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଜ୍ରମହାକଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବିଭିନ୍ନ ବର୍ଗର କଳାକାରମାନେ ଭାଗ ନେଇଥିଲେ । ଏହି ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ପ୍ରତିବର୍ଷ ଆଡମ୍ବର ସହକାରେ ହରିହାଟ ଉତ୍ସବ ପାଳନ କରାଯାଇଥାଏ । ହରିହାଟ ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଗ୍ରାମଗୁଡିକର ଲୋକମାନଙ୍କର ଭିଡ ଜମିଥାଏ । ଚଳିତ ବର୍ଷ ହରିହାଟ ଉତ୍ସବ ଗତ ୧୨ଦିନ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ଗ୍ରାମର ଲୋକମାନେ ମିଶି ଦୁଇ ଦିନ ବ୍ୟାପି ସାଂସୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଅଜୟ କୁମାର ରାଉତ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଗ୍ରାମରେ ଅନୁଷ୍ଟିତ ହେଉଥିବା ଏହି ପାରମ୍ପାରିକ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ନୃସିଂହ ଚରଣ ସାମଲ,ଭଜହରି ସେନାପତି ଓ ମାନସ କୁମର ସାହୁ ପ୍ରମୁଖ ଗ୍ରାମର ବହୁ କଳାକାରମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.