Tuesday , August 9 2022
Breaking News
Home / ବିଶେଷ / ଆଖଣ୍ଡଳମଣୀ ରୁଦ୍ର ଯଜ୍ଞ ଉଦଯାପିତ

ଆଖଣ୍ଡଳମଣୀ ରୁଦ୍ର ଯଜ୍ଞ ଉଦଯାପିତ

  ଗରଦପୁର,୨୯/୦୩/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ  ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଆଖଣ୍ଡଳମଣୀ ମହାଦେବ ମନ୍ଦିର ପରିସରରେ  ୫ ଦିନ ବ୍ୟାପି ଯଜ୍ଞ ଉତ୍ସବ  ଉଦଯାପିତ ହୋଇଯାଇଛି ।  ସମାଜର କଲ୍ୟାଣ ଓ ବିଶ୍ୱଶାନ୍ତିକୁ ଆଧାର କରି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଆଖଣ୍ଡଳମଣୀ ମହାଦେବଙ୍କ ମନ୍ଦିର ପରିସରରେ ଗ୍ରାମବାସୀମାନଙ୍କ ପକ୍ଷରୁ ବିଶ୍ୱଶାନ୍ତି ରୁଦ୍ର ଯଜ୍ଞ ଅନୁଷ୍ଟିତ ହୋଇଥିଲା । ଗତ ୨୬ତାରିଖ ଦିନ ଯଜ୍ଞର ଅଙ୍କୁରାରୋପଣ କରାଯିବା ପରେ ୨୭ତାରିଖ ଦିନ କଳସ ଶୋଭାଯାତ୍ରା କରାଯାଇ ସୂର୍ଯ୍ୟପୂଜା,ଯଜ୍ଞ ପାଇଁ ଅଗ୍ନିସ୍ଥାପନ ଆଦି ଅନୁଷ୍ଠିତ ହୋଇଥିଲା । ୨୮ତାରିଖ ଦିନ ଗୋ-ପୂଜା, ସୂର୍ଯ୍ୟପୂଜା, ରୁଦ୍ରାଭିଷେକ ଓ ଯଜ୍ଞାହୁତି ପ୍ରଦାନ କରାଯିବା ବେଳେ ୨୮ତାରିଖ ଦିନ ଯଜ୍ଞ ପାଇଁ ପାରମ୍ପାରିକ ପୂଜାର୍ଚ୍ଚନା କରାଯିବା ସହିତ ରାତ୍ରୀରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ସଂକିର୍ତନ କରାଯିବା ସହିତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଟିତ ହେଉଥିବାବେଳେ, ସନ୍ଧ୍ୟାରେ ହରିହାଟ ଆୟୋଜନ କରାଯାଇଛି । ଏହି ଅବସରରେ ଗରଦପୁର ବ୍ଳକ୍ର ନବ ନିର୍ବାଚିତ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ, ବେଡାରୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀ ଓ ସମିତି ସଭ୍ୟ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ । ଗ୍ରାମର ଖତୁ ସାହୁ, ଆଲୋକ ସାହୁ, ରବିନ୍ଦ୍ର ସାହୁ ଓ ପ୍ରିୟନାଥ ପାତ୍ର ପ୍ରମୁଖ ଗ୍ରାମବାସୀମାନେ ଯଜ୍ଞ ଉତ୍ସବକୁ ପରିଚାଳନା କରିଥିଲେ । ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯଜ୍ଞ ଦେଖିବା ପାଇଁ ଏକତ୍ରୀତ ହୋଇଥିବାର ଦେଖାଯାଇଥିଲା ।    ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.