ଗରଦପୁର,୨୮/୦୩/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା କଟକିଆ ମହଲାର ଜଣେ ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ହାଜି ମିର ସୌକତ ଅଲ୍ଲୀ ଙ୍କର ରବିବାର ସନ୍ଧ୍ୟାରେ ହୃଦାଘାତରେ ପରଲୋକ ଘଟିଛି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ରବିବାର ସନ୍ଧ୍ୟାରେ ସେ ନମାଜ ପାଠ କରି ସାରିବା ପରେ ହଠାତ୍ ହୃଦାଘାତରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ମିର ଗୋଲାମ ଜିଲାନୀ (ମଦନୀ)ଓ ମିର ଅବଦୁଲ ରଉବ (ମୁନୁ) ଓ ତାଙ୍କର ସମସ୍ତ ପରିବାର ଉପସ୍ଥିତ ଥିଲେ । ହାଜି ମିର ସୌକତ ଅଲ୍ଲୀ ୬ ବର୍ଷ ତଳେ ସସ୍ତ୍ରୀକ ହଜ୍ ଯାତ୍ରାରେ ଯାଇ ବିଭିନ୍ନ ଧର୍ମ ସ୍ଥାନ ପରିଦର୍ଶନ କରି ଫେରିଥିଲେ । ତାଙ୍କ ବଡ଼ ପୁଅ ମିର ଗୋଲାମ ଜିଲାନୀ (ମଦନୀ) ତେଣ୍ଡାକୁଡ଼ା ଅଂଚଳର ଜଣେ ଆଗ ଧାଡ଼ିର ବିଜେଡ଼ି କର୍ମୀ । ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଦୃଢ଼ ସଂଗଠକ । ହାଜି ସୌକତ ଅଲ୍ଲୀ ଙ୍କର ଦେହାନ୍ତ ଖବର ପାଇ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲୀ, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା , କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ, ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ଦିଲିପ ସାହୁ, ତେଣ୍ଡାକୁଡ଼ାର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି , ପାଟକୁରା ସରପଂଚ ଶୈଳେନ୍ଦ୍ର ମହାନ୍ତି, ସମିତି ସଭ୍ୟ ରାକେଶ ମହାପାତ୍ର, ଗରଦପୁର ସମିତି ସଭ୍ୟ ଦିଲିପ ପଣ୍ଡା, ମଣିଜଙ୍ଗ ସରପଂଚ ସାରଦା ପ୍ରସାଦ ମହାନ୍ତି (ସନ୍ୟାସୀ)ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତେଣ୍ଡାକୁଡ଼ାର ସରପଂଚ ମାନସ କୁମାର ରାଉତ, ପୂର୍ବତନ ସରପଂଚ ରବିନ୍ଦ୍ରକୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ମିର ଅବ୍ଦୁଲ କଲାମ (ମୁନା ସରଦାର), ପୂର୍ବତନ ସମିତି ସଭ୍ୟ ସୟଦ ବେଲାଲ ଖାଁ,ଭରତ ସାର ପ୍ରମୁଖ ତାଙ୍କ ବାସ ଭବନରେ ପହଂଚି ଶୋକ ପ୍ରକାଶ କରିଥିଲେ । ସୋମବାର ସକାଳ ୯ ଟା ବେଳେ ମୌଲାନା ସଜାଦ ହୋସେନ୍ ଜନାଜା ପାଠ କରିବା ପରେ ସମୂହ ନାମଜ ପାଠ କରାଯାଇ ଯଥାରୀତି କବର ସ୍ଥାନରେ କବର ଦିଆଯାଇଥିଲା । ଓଡ଼ିଶା ସମାଚାର
