Tuesday , August 9 2022
Breaking News
Home / ବିଶେଷ / ଭୀମ ଭୋଇ ସାମର୍ଥ ଶିବିର

ଭୀମ ଭୋଇ ସାମର୍ଥ ଶିବିର

ଗରଦପୁର,୨୮/୦୩/୨୦୨୨( ଓଡ଼ିଶା ସମାଚାର )-ଗତ ୨ ବର୍ଷ ପରେ ଚଳିତ ବର୍ଷ ଗରଦପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଇନ୍ଦିପୁର ଉଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ସାମାଜୀକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥି ସହିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସାମାଜୀକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ବିଡ଼ିଓ ରଂଜିତ କୁମାର ମଲିକ୍ , ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ , ଜିଲାପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ ଙ୍କ ସମେତ ସମସ୍ତ ପଂଚାୟତର ସରପଂଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ଏହି ଶିବିରରେ ଶାରିରୀକ ଭୀନକ୍ଷମ ଙ୍କ ସମେତ ମାନସିକ ଅନଗ୍ରସର, ଶବଣ ବାଧିତ , ଦୃଷ୍ଟି ବାଧିତ ଭଳି ଅନେକ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଉପସ୍ଥିତ ରହି ଚିକିତ୍ସା କରିବା ସହିତ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିବା ନିମିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାଛଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ପ୍ରଦାନ କରାଯିବା ସହ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପାନୀୟ ଜଳ ଓ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ବ୍ଲକ୍ ର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଆରଏସ ଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ମୋଟ ଅସ୍ଥିଶଲ୍ୟ ବିଭାଗରେ ୨୭୬, ମାନସିକ ଅନଗ୍ରସର ବିଭାଗରେ ୭୮, ଶବଣ ବାଧକ ବିଭାଗରେ ୮୨, ଚକ୍ଷୁ ବିଭାଗରେ ୭୪,ଭେଷଜ ଓ ଶିଶୁ ବିଭାଗରେ ୩୯ଙ୍କ ସମେତ ମୋଟ ଶିବିରରେ ୫୪୯ ଭୀନକ୍ଷମ ସେମାନଙ୍କ ନାମ ପଂଜିକରଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.