Tuesday , August 9 2022
Breaking News
Home / ବିଶେଷ / ପ୍ରଶାସନକୁ ପଂଚାୟତକୁ ଡକାଇଲେ ସରପଂଚ

ପ୍ରଶାସନକୁ ପଂଚାୟତକୁ ଡକାଇଲେ ସରପଂଚ

କେନ୍ଦ୍ରାପଡ଼ା, ୨୮/୦୩/୨୦୨୨( ଓଡ଼ିଶା ସମାଚାର )-ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ପଂଚାୟତକୁ ଡକାଇଛନ୍ତି ଓସ୍ତପୁର ସରପଂଚ ପ୍ରସନ୍ନ ରାଉତ । ଏହିଠାରେ ପଂଚାୟତବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛି ଉଭୟ ପ୍ରଶାସନ । କେଉଁ ଯୋଗ୍ୟ ହିତାଧିକାରୀ ଭତାରୁ ବାଦ ପଡିଛନ୍ତି, କେଉଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାର ବାଦ ପଡିଛନ୍ତି ସେମାନଙ୍କ ଠାରୁ ବୟାନ ନେଇ ସେମାନଙ୍କୁ କିପରି ତୁରନ୍ତ ସେବା ଯୋଗାଇ ହେବ ସେ ନେଇ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲା । ସେହିପରି କେଉଁ କେଉଁ ଯୋଜନା ପଂଚାୟତରେ କାର୍ଯ୍ୟକାରୀ ହେବା କଥା ସେ ନେଇ ପ୍ରଶାସନ ଲୋକମାନଙ୍କୁ ଅବଗତ କରିଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ମତ୍ସ୍ୟବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମିଶନ ଶକ୍ତି, ସ୍ୱାସ୍ଥ୍ୟ ବିଭାଗ, ବ୍ୟାଙ୍କ ସେବା ବିଭାଗ ପ୍ରମୁଖର ୧୯ଟି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ସରପଂଚ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମ ପଂଚାୟତରେ କିପରି ଲୋକମାନେ ଉତମ ସେବା ପାଇ ପାରିବେ ସେ ନେଇ ଆମେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲୁ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ ୧୯ଟି ସରକାରୀ ବିଭାଗ ଆମ ପଂଚାୟତକୁ ଆସି ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ସମାଧାନର ସୂତ୍ର ବାହାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ବିଡିଓ ବନ୍ଦନା ଖଟୁଆ, ଏବିଡିଓ ଅନିରୁଦ୍ଧ ବେହେରା, ତହସିଲଦାର ହେମଲତା ବାହାଲିଆ, ସିଡିପିଓ କବିତା ନାୟକ, ସମିତିସଭ୍ୟା ରାଜ ଅମାନତ, ୧୭ ଜଣ ୱାର୍ଡ ମେମ୍ବର, ନାୟବ ସରପଂଚ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.