Tuesday , September 27 2022
Breaking News
Home / ତାଜା ଖବର / ଦୁର୍ବୃତଙ୍କ ଗୁଳିମାଡ଼ରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ମୃତ

ଦୁର୍ବୃତଙ୍କ ଗୁଳିମାଡ଼ରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ମୃତ

ବଲାଙ୍ଗିର, ୨୮/୦୩/୨୦୨୨( ଓଡ଼ିଶା ସମାଚାର )- ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ଦୁର୍ବୃତଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପଲସର ବାଇକରେ ୩ ଜଣ ଦୁର୍ବୁତ୍ତ ଆସି ଅତି ନିକଟରୁ ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳିମାଡ଼ କରିଥିଲେ। ତାଙ୍କ ଛାତିରେ ୩ ଟି ଗୁଳି ବାଜିଥିବା ସୂଚନା ମିଳିଛି । ରାତି ପ୍ରାୟ ସାଢ଼େ ୮ ଟାରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି । ଗୁଳିମାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକନାଥଙ୍କୁ ଉଦ୍ଧାର କରାଯାଇ ବେଲପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ନିଆଯାଇଥିଲା। ବେଲପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବେଲପଡା, ଲାଠୋର ପୁଲିସ ଚଢଉ କରିଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ଲାଠୋର ଅଞ୍ଚଳରୁ ୨ ଜଣଙ୍କ ପୁଲିସ ଅଟକ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ତେବେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.