Saturday , August 13 2022
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଶ୍ରମିକ ଙ୍କ କରୁଣ ଚିତ୍ର -ଉଦ୍ଧାର ଉଦ୍ଧାର ପାଇଁ ଭିଡିଓ ହେଲା ଜାରି

କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଶ୍ରମିକ ଙ୍କ କରୁଣ ଚିତ୍ର -ଉଦ୍ଧାର ଉଦ୍ଧାର ପାଇଁ ଭିଡିଓ ହେଲା ଜାରି

କଳାହାଣ୍ଡି ,୨୮/୦୩/୨୨(ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲାରେ ପୁଣି ଦାଦନ ର କରୁଣ କାହାଣୀ ଏବେ ସାମ୍ନା କୁ ଆସିଛି। ଉଦ୍ଧାର ପାଇଁ ଆକୁଳ ବିନତିର ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଚିରା ଚରିତ ଭାବେ ଜଣାଶୁଣା ସେହି ଧର୍ମଗଡ ଦଣ୍ଡପାଟ ଅଞ୍ଚଳ ର ଦାଦନ ଶ୍ରମିକ ମାନେ ଦେଇଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳ ର ଦାଦନ ଶ୍ରମିକ ଙ୍କ ଦୁଃଖ ସରିବାର ନାଁ ଧରୁନି।କେତେବେଳେ ଅଂଚଳ ରେ ଦାଦନ ଙ୍କ ମୃତ ଦେହ ଘରକୁ ଫେରୁଛି ତ କେତେବେଳେ ଠିକାଦାର ବନ୍ଧକ ରଖିବା ,ନିର୍ୟ୍ୟାତନା ଦେବା ଭଳି ଘଟଣା ଅଞ୍ଚଳ ପାଇଁ ରୀତିମତ ଖବର ପାଲଟିଛି।ବର୍ତ୍ତମାନ ସୂଚନା ମତେ ଦଣ୍ଡପାଟ ସ୍ଥିତ ବାରିକପଡା, ବେହେରାଗୁଡା, ନୂଆପଡା ସହ ଛତିଶଗଡ଼ ର ଝାକର ପଡା, ଦରଲୀପଡା ର ହାରାହାରି ମୋଟ ୭୦ରୁ ଉର୍ଦ୍ଧ୍ବ ଦାଦନ ଏବେ ଠିକାଦାର ଙ୍କ ନିର୍ୟ୍ୟାତନାର ଶିକାର ହେଉଥିବା ଜଣାପଡୁଛି । ଗତ ୫ମାସ ତଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କନା ଗାଁ ର ଥବିର ଓ ଖଣ୍ଡ ନାମକ ବ୍ୟକ୍ତି ଦାଦନ ମାନଙ୍କୁ ପ୍ରଲୋଭନ ଦେଖାଇ ଅଗ୍ରୀମ ୫ରୁ୧୦ହଜାର ଲେଖାଏଁ ଦେଇ ଆନ୍ଧ୍ରପ୍ରଦେଶ ଖମନ ଜିଲ୍ଲା ଯୁଜୁରାପେଟା ଏକ ଘରୋଇ ଠିକାଦାର ଙ୍କ ନିକଟରେ ଛାଡି ଦେଇ ଆସିଥିଲେ।ଠିକାଦାର ଜଣ କ ଦାଦନ ଶ୍ରମିକ ଙ୍କୁ ଦିନରାତି କାମ ରେ ଖଟେଇ ତାଙ୍କ ପାରିଶ୍ରମିକ ଟଙ୍କା ମାଗିବାରୁ ଏବେ ନିର୍ୟ୍ୟାତନା ଦେବା ସହ ମାଡ଼ ପିଟ କରୁଥିବା ଜଣାପଡୁଛି।ଏପରି କି ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ମାଡ ମାରୁ ଥିବା କୁହାଯାଏ।ଏବେ ନ ଖାଇ ନ ପିଇ ବିକଳ ଅବସ୍ଥା ରେ ପଡି ରହିଥିବା ବେଳେ ଉଧାର ପାଇଁ ଭିଡିଓ ମାଧ୍ୟମରେ ଗୁହାରି କରୁଛନ୍ତି।ଏଥି ପ୍ରତି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଚର୍ଚା ହେଉଛି।ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.