ଜୁନାଗଡ଼, ୨୮/୦୩/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) : ଜୁନାଗଡ଼ ଚମେଳିଦେବୀ ମହିଳା ମହାବିଦ୍ୟାଳୟଠାରେ ଆତ୍ମରକ୍ଷ୍ୟା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ କଲେଜ ପ୍ରତିଷ୍ଠାତା ଲୟନ ମାଣିକ ଚାନ୍ଦ ଅଗ୍ରୱାଲ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଚମେଲୀଦେବୀ ମହାବିଦ୍ୟାଳୟ ଅଧକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା, ଅଧ୍ୟାପକ ବିଶ୍ୱ ପତି ମୁଣ୍ଡ,ଅଧ୍ୟାପକ ରୁଦ୍ର ନାରାୟଣ ବେହେରା,ଖେଳ ଶିକ୍ଷକ ଦୁର୍ଗା ଶଙ୍କର ସିଂ । କାର୍ଯ୍ୟକ୍ରମ ସହଯୋଗ କରିଥିଲେ ଅଧ୍ୟାପକ ଚନ୍ଦ୍ରଚୁଡ ବେହେରା,ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି । ମହାବିଦ୍ୟାଳୟ ର ୧୨୮ ଛାତ୍ରୀ ମାନଙ୍କୁ ସେଲ୍ଫ ଡିଫେନସ ଟ୍ରେନର ଜଲୀ ପରାଭଏ ତାଲିମ ଦେଇଥିଲେ। ଓଡ଼ିଶା ସମାଚାର