Tuesday , August 9 2022
Breaking News
Home / ରାଜନୀତି / ‘ଭାରତ ବନ୍ଦ’ ସପକ୍ଷରେ ଶୋଭାଯାତ୍ରା

‘ଭାରତ ବନ୍ଦ’ ସପକ୍ଷରେ ଶୋଭାଯାତ୍ରା

ଭୁବନେଶ୍ୱର, ୨୭/୦୩/୨୦୨୨ (ଓଡ଼ିଶା ସମାଚାର)- ୪ଟି କଳା ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ ସଂସ୍ଥାର ବିକି୍ର ବନ୍ଦ ଏବଂ ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବନ୍ଦ କରିବା ଦାବି ନେଇ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସଂଗଠନ ପକ୍ଷରୁ ଦିଆଯାଇଥିବା ମାର୍ଚ୍ଚ ୨୮-୨୯ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଆଜି ସିପିଆଇ, ଏଆଇଟିୟୁସି, ବିକେଏମ୍ୟୁ ଓ କୃଷକ ସଭା ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ୪ଟି ସଂଗଠନର ଶତାଧିକ କର୍ମୀ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଓ ଏଆଇଟିୟୁସିର ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ନେତୃତ୍ୱରେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରାଜମହଲ ଛକ ଓ ମାଷ୍ଟରକ୍ୟାନଟିନ ଦେଇ ସମଗ୍ର ଅଶୋକନଗର ଅଂଚଳ ପରିକ୍ରମା ପୂର୍ବକ ଆସନ୍ତାକାଲିର ଭାରତ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ କୁମାର ପରିଡ଼ା, ନିତ୍ୟାନନ୍ଦ ନାୟକ, ଶଙ୍କର ବାରିକ, କ୍ଷେତ ମୂଲିଆ ନେତା ଶରତ ସ୍ୱାଇଁ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ପାର୍ବତୀ ଲାଗୁରି, ମଙ୍ଗଳା ସେଠୀ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.