Saturday , August 13 2022
Breaking News
Home / ବିଶେଷ / ବିିଦ୍ୟାଧରପୁର ରେ ନବ ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

ବିିଦ୍ୟାଧରପୁର ରେ ନବ ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

ରଘୁନାଥପୁର, ୨୭/୦୩/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ପଂଚାୟତରେ ନବ ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ମଂଚର ସଭାପତି ପଦ୍ମ ଚରଣ ଖୁଂଟିଆଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ସାହିତ୍ୟିକ ଡ଼ ସୁଧାକର ଦାସ ସଭାପତିତ୍ୱ କରିଥିଲେ । ମଂଚ ତରଫରୁ ନବ ନିର୍ବଚିତ ସରପଂଚ ସାହେଦା ତବସୁମ୍ , ସମିତି ସଭ୍ୟା ସାଗରିକା ତରାଇ ଓ ପଂଚାୟତର ୧୨ ଜଣ ୱାର୍ଡ଼ ସଭ୍ୟ ସଭ୍ୟାଙ୍କୁ ପୁଷ୍ପଗୁଛ , ଉତରୀୟ ଓ ଉପଢ଼ୌକନ ଦିଆାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ଆଗାମୀ ଦିନରେ ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ଗଢ଼ି ତୋଳିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାକୁ ରହିମ ଖାଁ,  ଅଜୟ ସାମଲ ପରିଚାଳନା କରିଥିବାବେଳେ ମଦନ ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.