କଟକ ସଦର , ୨୭/୦୩/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) – କଟକ ସଦର ଵିଜେଡିରେ ଦୀର୍ଘ ଦିନ ହେଲା ଫୁଙ୍ଗୁଳା ନେତୃତ୍ବକୁ ଫୁଙ୍ଗୁଳା ସଙ୍ଗଠନ ଲାଗି ରହିଥିବାରୁ କର୍ମୀମାନେ ଅତିଷ୍ଠ ହୋଇ ପଡିଥିଵା ଅଭିଯୋଗ ଶୁଣାଯାଉଛି।ହେଲେ କିଛି ଵିକଳ୍ପ ନଥିଵାରୁ ବାଧ୍ୟ ହୋଇ ଅସନ୍ତୁଷ୍ଟ ହେଲେ ମଧ୍ୟ ପଡିରହିଛନ୍ତି।ନିକଟରେ ଯାଇଥିଵା ପଞ୍ଚାୟତ ନିର୍ବାଚନରେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ସ୍ଥାନୀୟ ବିଧାୟକ ନିର୍ବାଚନ ସମୟରେ ନା ପ୍ରାର୍ଥୀ ନା କର୍ମୀ କାହାକୁ ଵି ଦେଖା ନଦେଇ ଲୁଚି ରହିଵା ଦୂର୍ଵଳ ସଙ୍ଗଠନକୁ ପଦାରେ ପକାଇଥିଵା ଚର୍ଚ୍ଚା ହେଉଛି।ଵ୍ଲକ ଵାହାରର ଜନୈକ ୫୯ ନମ୍ଵର ୱ।ର୍ଡର ପୂର୍ଵତନ କର୍ପୋରେଟର ପ୍ରମୋଦ ମହାପାତ୍ରଙ୍କ ହାତରେ ଦୀର୍ଘ ୧୫ ଵର୍ଷରୁ ଉର୍ଦ୍ଧ୍ବ ହେବ ସଂଗଠନ ମଙ୍ଗ ଧରାଇ ଦେଇ ନିଜେ ବିଧାୟକ ସଦର ରାଜନିତୀରୁ ଦୂରେଇ ରହିଵା କାରଣରୁ ପଞ୍ଚାୟତ ଓ ମହାନଗର ନିର୍ଵାଚନରେ ଏହାର ଯଥେଷ୍ଟ ପ୍ରଭାବ ପଡିଛି। ପଞ୍ଚାୟତ ନିର୍ବାଚନରେ ସଦର ଯୁଵ ଵିଜେଡି ସଭାପତି ହିମାଂଶୁ ଦାସଙ୍କ ପତ୍ନୀ ସରପଞ୍ଚ ରୁ ହାରିଵା, ଵିଧାୟକଙ୍କ ଵ୍ଲକ ପ୍ରତିନିଧି ଅକ୍ଷୟ ପରିଡା ସରପଞ୍ଚ ରୁ ହାରିଵା, ଵ୍ଲକ ଯୁଵ ଵିଜେଡି ସଭାପତି ଚିତରଂଜନ ଵେହେରାଙ୍କ ଯଶପଡା ପଞ୍ଚାୟତରେ ଵିଜେଡି ସଭାପତି ରଂଜିତା ଵେହେରା ହାରିଵା ପ୍ରଭୃତି ଅନେକ ବିଫଳତା ଦୂର୍ଵଳ ସଂଗଠନକୁ ଦାୟୀ କରିଛି। ସେହିପରି ଵ୍ଲକ ସଭାପତି ପ୍ରମୋଦ ମହାପାତ୍ର ଙ୍କ ୫୯ ନମ୍ଵର ୱ।ର୍ଡରେ ଵିଜେପି ବାଜିମାତ କରିଥିଲା ବେଳେ ଅନ୍ୟ ୫ ଟି ୱ।ର୍ଡରେ ମଧ୍ୟ ୨ ଟି କଂଗ୍ରେସ,ଆଉ ଦୁଇଟି ୱ।ର୍ଡରେ ଵିଜେପି ଵିଜେଡିକୁ ଧରାଶାୟୀ କରିଛି।ହେଲେ ଵିଜେଡିକୁ ଗୋଟିଏ ୱ।ର୍ଡରେ ସନ୍ତୁଷ୍ଟ ହେଵାକୁ ପଡ଼ିଛି।ଏହି ସଵୁ ଦୃଷ୍ଟିରୁ ଵିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଵେଳ ଥାଉଁ ଥାଉଁ କଟକ ସଦର ପ୍ରତି ଧ୍ୟାନ ଦେଵାକୁ କର୍ମୀ ମହଲରୁ ଦାବି ହେଉଛି। ଓଡ଼ିଶା ସମାଚାର
Check Also
ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?
କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …