ସଦର ଵିଧାୟକଙ୍କ ମୁହଁ ଲୁଚା
କଟକ ସଦର, ୨୭/୦୩ /୨୨(ଓଡିଶା ସମାଚାର/ଵିଷ୍ଣୁ ବେହେରା) : କଟକ ମହାନଗର ନିଗମ ନିର୍ବାଚନରେ ନିର୍ଵାଚିତ ହୋଇଥିଵା ନୂତନ ମେୟର ସୁଵାସ ସିଂହ ଙ୍କ ସମେତ ସମସ୍ତ ଵିଜେଡି କର୍ପୋରେଟର ଆଜି ରଵିଵାର ଦିନ କଟକୀ ପୁଅ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ଅଵସରରେ ମୂଖ୍ୟମନ୍ତ୍ରୀ ସମସ୍ତଙ୍କୁ କଟକ ସହରର ଵିକାଶ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଵାକୁ ପରାମର୍ଶ ଦେଇଥିଲେ। ନବନିର୍ବାଚିତ ପ୍ରତିନିଧି ଙ୍କ ସମେତ ଵାରଵାଟୀ କଟକ ର ପୂର୍ଵତନ ବିଧାୟକ ତଥା କଟକ ଜିଲା ଵିଜେଡି ସଭାପତି ରୁଷି ଓରଫ ଦେବାଶିଷ ସାମନ୍ତରାୟ,ଚୈ।ଦ୍ୱ।ର କଟକ ବିଧାୟକ ସୈ।ଭିକ ବିଶ୍ୱାଳ ମୂଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଵାକୁ ଯାଇଥିଲା ବେଳେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ନଯାଇ ମୁହଁ ଲୁଚା ଦେଇଥିବାକୁ ନେଇ ଭିନ୍ନ ଏକ ଦିଗ ଦର୍ଶାଉଛି ଵୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ କଟକ ସଦର ନିର୍ବାଚନମଣ୍ଡଳୀରେ ସିଏମସିର ୬ ଗୋଟି ୱ।ର୍ଡ ମଧ୍ୟରୁ ଵିଜେଡି ମାତ୍ର ଗୋଟିଏ ଆସନ ପାଇଥିଵାରୁ ବିଧାୟକ ଙ୍କ ସାଙ୍ଗଠନିକ ପାରିଵା ପଣିଆ ପଦାରେ ପଡିଛି।ଆଗକୁ ସଦର ଵିଜେଡିର ସମୀକରଣ ଵଦଳିଵା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ଜଣାପଡିଛି। ଓଡିଶା ସମାଚାର