Tuesday , August 16 2022
Breaking News
Home / ବିଶେଷ / ଓଭରହେଡ୍ ପାଣି ଟାଙ୍କି ଅଛି ହେଲେ ପାନୀୟ ଜଳ ଯୋଗାଣ ନାହିଁ

ଓଭରହେଡ୍ ପାଣି ଟାଙ୍କି ଅଛି ହେଲେ ପାନୀୟ ଜଳ ଯୋଗାଣ ନାହିଁ

ଗରଦପୁର,୨୭/୦୩/୨୦୨୨( ଓଡ଼ିଶା ସମାଚାର )- ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଣର ସହଜ ହେବା ପାଇଁ ପ୍ରକଳ୍ପ ସ୍ଥଳରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଛି , ହେଲେ ଏହି ଓଭରହେଡ ପାଣି ଟାଙ୍କିରୁ ନିର୍ଦ୍ଧାରିତ ଗ୍ରାମଗୁଡିକୁ ପାନୀୟଜଳ ଯୋଗାଣ ହେଉ ନାହିଁ । ଗରଦପୁର ବ୍ଳକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ପଦ୍ମପୁର ଗ୍ରାମର ଶାରଳାପୀଠ ନିକଟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପରୁ ପଦ୍ମପୁର,ମହମ୍ମୁଦା,କିଣିଲୋ ଓ ଗୋତ୍ରବିଲ ଗ୍ରାମର ଲୋକମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ବିଭାଗୀୟ ପକ୍ଷରୁ ଲକ୍ଷ୍ୟ ରଖାଯାଇ ସମ୍ପୃକ୍ତ ଗ୍ରାମାନଙ୍କରେ ଷ୍ଟାଣ୍ଡ ପୋଷ୍ଟଗୁଡିକ ନିର୍ମାଣ କରାଯାଇଛି । ମାତ୍ର ଏହି ପ୍ରକଳ୍ପରୁ ପଦ୍ମପୁର ଗ୍ରାମ ସହିତ ମହମ୍ମୁଦା ଗ୍ରାମର ଅଧା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ କରାଯାଉଛି । ଅବଶିଷ୍ଟ କିଣିଲୋ ଓ ଗୋତ୍ରବିଲ୍ ଗ୍ରାମକୁ ପାନୀୟ ଜଳ ଯୋଗାଣ ଆଦୌ ହୋଇ ପାରୁ ନାହ÷ିଁ । ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିବାରୁ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଦୁଇ ବର୍ଷ ପୂର୍ବରୁ ପ୍ରକଳ୍ପ ନିକଟରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି । ଏହି ଓଭରହେଡ୍ ପାଣି ଟାଙ୍କିରୁ ସମ୍ପୃକ୍ତ ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଣ କରି ପାରିବ ବୋଲି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଏହି ପାନୀୟ ଜଳ ପ୍ରକଳ୍ପରୁ ପଦ୍ମପୁର ଗ୍ରାମ ସହିତ ମହମ୍ମୁଦା ଗ୍ରାମର ଅଧା ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ କରାଯାଉଛି । ଅବଶିଷ୍ଟ ସ୍ଥାନ ଓ ଅନ୍ୟ ଦୁଇଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ । ଏହି ଗ୍ରାମଗୁଡିକରେ ଜଳ କଷ୍ଟ ଲାଗି ରହିଛି । ଏଥି ଯୋଗୁଁ ଗ୍ରାମର ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଗ୍ରାମଗୁଡିକରେ ବିଛାଯାଇଥିବା ପାଇପ୍ ଲାଇନ୍ ରୁ ଅନେକ ଲୋକ ନିଜ ନିଜ ଘରକୁ ବେଆଇନ ଭାବରେ ପାଣି ସଂଯୋଗ କରିଥିବାରୁ ପ୍ରେସର ହେଉନଥିବାରୁ ପ୍ରକଳ୍ପର ଶେଷମୁଣ୍ଡ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ହୋଇ ପାରୁ ନ ଥିବା ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀମାନେ ଏ ନେଇ ଚୁପ୍ ବସିଥିବାର ଅଭିଯୋଗ ହେଉଛି । ଗ୍ରୀଷ୍ମ ପ୍ରବାହ ବଢି ବଢି ଚାଲିଥିବାବେଳେ, ପାନୀୟ ଜଳ ସଙ୍କଟ ସୃଷ୍ଟି ହେଉଥିବାରୁ ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.