ମାହାଙ୍ଗା ,୨୬/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଭିତରେ ଶହଶହ ବର୍ଷ ତଳୁ ପାଳନ ହୋଇଆସୁଛି ପ୍ରସିଦ୍ଧ କୁମୁଡାହାଟ ମେଲଣ । ରାଧା-କୃଷ୍ଣ ଯୁଗଳ ମୂର୍ତ୍ତିଙ୍କୁ ସୁସଜ୍ଜିତ ବିମାନର ବିରାଜମାନ କରାଯିବା ପରେ, ବାଜା-ବାଣ ଘଣ୍ଟ-ଘଣ୍ଟା, ତୂରୀ ମହୁରୀ ଧ୍ଵନିରେ ପ୍ରଭୁଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପାଛୋଟି ନିଆଯିବା ଦେଖିବାକୁ ମିଳିଥାଏ । ଏହି ମେଲଣର ଏକ ବିଶେଷତ୍ୱ କହିଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଉତ୍ସବ ପାଳନ କରନ୍ତି । ସବୁଠାରୁ ବଡ଼କଥା ହିନ୍ଦୁ ମୁସଲମାନ ଭିତରେ ଭାଇଚାରା ରକ୍ଷା ପାଇଁ ଉଭୟ ସଂପ୍ରଦାୟର ମୁରବୀ ମାନେ ବହୁ ପ୍ରାଚୀନ କାଳରୁ ଏହି ମେଲଣର ଦାୟୀତ୍ୱ ନିର୍ବାହ କରିବାର ନଜିର ଅଛି । ଆଦିବାସୀ, ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ନିଆରା ଢଙ୍ଗରେ ପ୍ରଭୁଙ୍କ ଏହି ମେଲଣ ଯାତ୍ରା ସମ୍ପନ୍ନ କାର୍ୟ୍ୟରେ ସାମିଲ ହୋଇଥିଲେ । ମେଲଣରେ ଥାନପତି ଭାବେ କଲ୍ୟାଣପୁର ଗ୍ରାମର ରାଧାକୃଷ୍ଣ ବିମାନକୁ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପ୍ରଙ୍ଗଣରୁ ସୁସଜ୍ଜିତ ଗାଦୀ ବିମାନରେ ବସାଇ ଅତ୍ୟନ୍ତ ଯାକ ଯମକ ସହକାରେ ରୋଷଣିରେ ମେଲଣ ପଡିଆକୁ ପାଛୋଟି ନିଆଯିବାର ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା । ବାଜା ବାଣ ରୋଷଣୀ ଭିତରେ ହଂସଦିଆରୁ ଆସିଥିବା ନାରାୟଣ କରଙ୍କ ସୁଶୋଭିତ ବିମାନ ଏହି ମେଳଣର ଅନ୍ୟତମ ଆକର୍ଷିତ ବୋଲି କୁହାଯାଏ । ମେଲଣ କମିଟି ଉପଦେଷ୍ଟା ରବୀନ୍ଦ୍ର ଦାସ,ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ସୁଦାମ ପଲେଇ, ମୋହିଉଦ୍ଦିନ ଖାଁ,ଅକ୍ଷୟ ପଲେଇ, ପ୍ରଫୁଲ୍ଲ କୁମାର ବେହେରା,ଭାଗ୍ୟଧର ବେହେରା, ନିମାଇଁ ବେହେରା, ସଭାପତି ଅଖିଳେଶ ମହାନ୍ତି, ସଂପାଦକ ଅଫସର ତୁଲ୍ଲା, ଉପସଭାପତି ନିହାର ରଞ୍ଜନ ପଣ୍ଡା,ମୁଖ୍ୟ କୋଷାଧ୍ୟକ୍ଷ ବିଭୁତି ଭୂଷଣ ଦାସ,ସଂଗଠନ ସଂପାଦକ ଗଦାଧର ସାହୁ,ସହ ସଂପାଦକ ସୁଶାନ୍ତ ଦାସ, ସାଂସ୍କୃତିକ ସମ୍ପାଦକ ଦିଲ୍ଲୀପ ବାରିକ,
ସଭ୍ୟ ଚିତ୍ତରଞ୍ଜନ ଦାସ,ଶିବ ପ୍ରସାଦ ବେହେରା,ପ୍ରଦୀପ ପଲେଇ, ରବୀନ୍ଦ୍ର ପୃଷ୍ଟି, ସୁଧାଂଶୁ ପାଣି, ଦୀପକ ଦାସ,ସୌମ୍ୟ ରଞ୍ଜନ ଓଝା, ରମେଶ ବେହେରା,ହେମନ୍ତ ବେହେରା, ଶରତ ବେହେରା,କୈଶୋର ଦାସ, ପ୍ରମୁଖ ବହୁ ବହୁ ଉତ୍ସାହୀ ଯୁବକ ମେଲଣ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ରାଧାକୃଷ୍ଣ ପ୍ରେମ ଲୀଳାର ଅପୂର୍ବ ଗାଥାକୁ ସଂଗୀତ ମାଧ୍ୟମରେ ବର୍ଣ୍ଣନା କରାଯିବା ଦେଖିବାକୁ ମିଳିଥିଲା । ପରସ୍ପରକୁ ରଙ୍ଗ-ଅବିର ବୋଳି ଶାନ୍ତି-ମୈତ୍ରୀ- ସଦ୍ଭାବନା ଓ ଭାଇଚାରା ସୃଷ୍ଟିର ନିଆରା ପ୍ରୟାସ ହେଉଛି ଏହି ପ୍ରାଚୀନ କୁମୁଡାହାଟ ମେଲଣର ଅନନ୍ୟ ନିଦର୍ଶନ । ଓଡ଼ିଶା ସମାଚାର