କଟକ ସଦର,୨୬/୦୩/୨୨(ଓଡିଶା ସମାଚାର/ଵିଷ୍ଣୁ ବେହେରା): ଗତ ପଞ୍ଚାୟତ ନିର୍ବାଚନରେ କଟକ ସଦର ନିର୍ବାଚନମଣ୍ଡଳୀରେ ଥିବା ୬ ଗୋଟି ଜିଲ୍ଲାପରିଷଦ ଆସନ ପାଇଁ କେଵଳ ଖଣ୍ଡିଏ ଖଣ୍ଡିଏ ଵିଜେଡି ଦଳୀୟ ଟିକେଟ ଧରାଇ ଦେଇ ବିଧାୟକ ଚନ୍ଦ୍ର ସାରଥି ଵେହେରା ପ୍ରାର୍ଥିଙ୍କୁ ଧରାଛୁଆ ନଦେଇ ଅଜ୍ଞାତବାସରେ ରହିଥିଵା ଯୋଗୁ ଅସନ୍ତୋଷ ଦେଖାଦେଇଥିଲା।ହେଲେ ପ୍ରାର୍ଥୀ ମାନେ ନିଜ ନିଜର ଉଦ୍ୟମରେ ଜିତି ଦଳୀୟ ସମ୍ମାନ ରକ୍ଷା କରିଵାରେ ସମର୍ଥ ହୋଇଥିଲେ।ହେଲେ ମହାନଗର ନିଗମ ନିର୍ବାଚନରେ ଲୋକେ ବିଧାୟକଙ୍କୁ ପାନେ ଦେଇଛନ୍ତି।୬ ଗୋଟି ୱ।ର୍ଡରୁ କଂଗ୍ରେସ ୨ ଓ ଵିଜେପି ୩ ଟିରେ ଵିଜୟ ହୋଇଥିଵାରୁ ଵିଜେଡିକୁ ମାତ୍ର ଗୋଟିଏରେ ସନ୍ତୁଷ୍ଟ ହେଵାକୁ ପଡିଛି।ଏଠାରେ ଵିଧାୟକଙ୍କର କଳ ଵଳ କୈ।ଶଳ ସଵୁ ଫସରଫାଟି ଯାଇଥିଵା ଚର୍ଚ୍ଚା ହେଉଥିବା ବେଳେ ଦାମ୍ଭିକତା ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି।ଏଥିରେ ୫୦ ନଂ ୱ।ର୍ଡରୁ ସନ୍ତୋଷ ଭୋଳ(କଂଗ୍ରେସ),୫୧ ରାକେଶ ସ୍ୱାଇଁ (ଵିଜେପି),୫୬ ଲିପ୍ସା ନାୟକ(ଵିଜେପି),୫୭ ପୂର୍ଣ୍ଣିମା ସ୍ୱାଇଁ (ଵିଜେଡି),୫୮ ଜନାର୍ଦ୍ଦନ ପରିଡା(କଂଗ୍ରେସ),୫୯ ମମତା ମହାନ୍ତି ( ଵିଜେପି) ନିର୍ବାଚିତ ହୋଇଥିବା ଜଣାପଡିଛି ତେଵେ ୫୦ ଓ ୫୧ ନଂ ୱ।ର୍ଡରେ ଵିଜେଡିର ପରାଜୟ ସମ୍ପର୍କରେ ‘ ଓଡ଼ିଶା ସମାଚାର’ କରିଥିଵା ପୂର୍ବାନୁମାନ ଶତପ୍ରତିଶତ ସତ ହୋଇଛି। ଓଡିଶା ସମାଚାର