Tuesday , August 9 2022
Breaking News
Home / ନିର୍ବାଚନ / ବିଜେଡ଼ିକୁ ମସ୍ତବଡ ଝଟକା: ବାଜି ମାରିନେଲେ ବିତାଡିତ ପ୍ରାର୍ଥୀ

ବିଜେଡ଼ିକୁ ମସ୍ତବଡ ଝଟକା: ବାଜି ମାରିନେଲେ ବିତାଡିତ ପ୍ରାର୍ଥୀ

କେନ୍ଦ୍ରାପଡ଼ା,୨୬/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡି ଯେଉଁ ପ୍ରାର୍ଥୀମାନଙ୍କୁ ଦଳରୁ ନିଲମ୍ବିତ କରିଥିଲା ସେମାନଙ୍କ ମଧ୍ୟରୁ କେତେକ ବାଜି ମାରି ନେଇଛନ୍ତି । ଯାହା ଫଳରେ ବିଜେଡ଼ିକୁ ଏକ ମସ୍ତ ବଡ଼ ଝଟକା ଲାଗିଛି । ବିଜୟୀ ହୋଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ୨ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀ କାଳୀ ପ୍ରସାଦ ମିଶ୍ର, ୪ ନମ୍ବର ୱାର୍ଡର ଶୁଭଶ୍ରୀ ନିବେଦିତା ସ୍ୱାଇଁ, ୧୦ ନମ୍ବର ୱାର୍ଡର ରଶ୍ମିତା ସିଂହ ୧୩ ନମ୍ବର ୱାର୍ଡର ସେକ ଅସଲମ । ଏହି ପ୍ରାର୍ଥୀମାନେ ବିଜେଡି ଟିକଟ ପାଇବା ପାଇଁ ଆଶାବାଦୀ ଥିଲେ । କେବଳ ଆଶାବାଦୀ ନୁହେଁ ଦୀର୍ଘଦିନ ଧରି ଦଳ ପାଇଁ କାର୍ଯ୍ୟ ମଧ୍ୟ କରି ଆସୁଥିଲେ । କିନ୍ତୁ ଦଳ ସେମାନଙ୍କୁ ଟିକଟ ନ ଦେଇ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଟିକଟ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏପରିକି ଅର୍ଥ କାରବାର ବଳରେ ଅଯୋଗ୍ୟମାନେ ଟିକଟ ପାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଫଳରେ ଦଳରୁ ବିଦା ହୋଇଥିବା ଏହି ପ୍ରାର୍ଥୀମାନେ ସ୍ୱାଧୀନ ପ୍ରାର୍ଥୀଭାବେ ନିଜର ଦମ ଦେଖାଇବେ ବୋଲି ନିଷ୍ପତି ନେଇଥିଲେ । ସେମାନଙ୍କୁ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପାଇଁ ବିଜେଡି ନେତାମାନେ ବିଭିନ୍ନ ଧମକ ଚମକ ମଧ୍ୟ ଦେଇଥିଲେ । କିନ୍ତୁ ବିଜୟୀ ହୋଇଥିବା ଏହି ପ୍ରାର୍ଥୀମାନେ ଧମକକୁ ଖାତିର କରି ନ ଥିଲେ । ତେଣୁ ସେମାନେ ନାମାଙ୍କନ ପ୍ରତ୍ୟାହାର କରି ନ ଥିଲେ । ଫଳରେ ବିଜେଡ଼ି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା ଗତ ୧୭ ତାରିଖରେ ଏକ ପ୍ରେସ ବିକ୍ତି ଜରିଆରେ ଏମାନଙ୍କୁ ଦଳରୁ ବହିସ୍କୃତ କରାଗଲା ବୋଲି ଘୋଷଣା କରିଥିଲେ  । ଏମାନେ ଦଳୟୀ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ବିଜେଡି ନେତାମାନେ ଅସହିଷ୍ନୁ ହୋଇ ପଡିଥିଲେ । ଏମାନଙ୍କୁ ହରାଇବା ପାଇଁ ବିଜେଡି ନେତାମାନେ କଳ, ବଳ ଓ କୌଶଳ ପ୍ରୟୋଗ କରିଥିଲେ । କିନ୍ତୁ ସେସବୁ ବାଧାବିଘ୍ନକୁ ସହ୍ୟ କରି ଏମାନେ ଲଢେଇ ଜାରି ରଖିଥିଲେ । ତେଣୁ ବିଜୟ ମୁକୁଟ ପିନ୍ଧିଲେ ବୋଲି ସେମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.