Tuesday , August 9 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡ଼ା: ବିଜେଡ଼ି ନଗରପାଳ ପ୍ରାର୍ଥୀ ସରିତା ସାହୁ ପିନ୍ଧିଲେ ବିଜୟ ମୁକୁଟ

କେନ୍ଦ୍ରାପଡ଼ା: ବିଜେଡ଼ି ନଗରପାଳ ପ୍ରାର୍ଥୀ ସରିତା ସାହୁ ପିନ୍ଧିଲେ ବିଜୟ ମୁକୁଟ

କେନ୍ଦ୍ରାପଡ଼ା,୨୬/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ସରିତା ସାହୁ ଶନିବାର ବିଜୟ ମୁକୁଟ ପିନ୍ଧି ନଗରପାଳ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶ୍ରୀମତୀ ସାହୁ ୧୩, ୭୫୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀମତୀ ସାହୁ ୧୮ହଜାର ୨୫୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୀନାକ୍ଷୀ ଦାଶ ମାତ୍ର ୪ ହଜାର ୪୯୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ମାତ୍ର ୩ ହଜାର ୭୮୦ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସରିତା ହେଉଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତଥା ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ(ଧନୀ)ଙ୍କ ପତ୍ନୀ । ଉଚ୍ଚ ଶିକ୍ଷିତା ସରିତା ରାଜନୀତିରେ ନୂଆ ହୋଇ ମଧ୍ୟ ନିଜର ଶାନ୍ତ ସ୍ୱଭାବ, ସ୍ୱାମୀଙ୍କ ସମାଜସେବାମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ବିଜୟ ମୁକୁଟ ପିନ୍ଧିଥିବା କହିିଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.