Tuesday , August 9 2022
Breaking News
Home / ତାଜା ଖବର / ଲିଫ୍ଟ ଦେବାକୁ କହି ମା ଓ ଝିଅ ଙ୍କୁ ଲୁଟ୍ : ପୋଲିସ ର ତନାଘନା

ଲିଫ୍ଟ ଦେବାକୁ କହି ମା ଓ ଝିଅ ଙ୍କୁ ଲୁଟ୍ : ପୋଲିସ ର ତନାଘନା

ନିଶ୍ଚିନ୍ତକୋଇଲି, ୨୫/୦୩/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ଦିନ ଦି’ପ୍ରହରରେ ଲୁଟ୍ । ବାଇକ୍ ରେ ନିଜର ଗନ୍ତବ୍ୟ ସ୍ଥଳ ରେ ଛାଡ଼ିବାକୁ କହି ମା’ଝିଅଙ୍କ ଠାରୁ ୧୩ ହଜାର ଟଙ୍କା ସହ ଆବଶ୍ୟକୀୟ କାଗଜ ପତ୍ର ଲୁଟି ନେଲା ବାଇକ୍ ଲୁଟେରା । କଟକ ଜିଲ୍ଲା କଟିକଟା-ଜଇପୁର ରାସ୍ତା ର ଅସୁରେଶ୍ବର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେଏହି ଲୁଟ୍ ହୋଇଛି । ଅସୁରେଶ୍ବର ଛକ ଠାରେ ଛିଡ଼ା ହୋଇଥିବା ମା’ଝିଅ ଙ୍କୁ ଲିଫ୍ଟ ଦେବାକୁ କହି ନିଜ ବାଇକ୍ ରେ ବସାଇ ବାଇକ୍ ଆରୋହୀ ଆଣୁଥିବା ବେଳେ ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ରେ ତେଲ ପକାଇବାକୁ କହି ମା’ଝିଅ ଆଣିଥିବା ବ୍ୟାଗ୍ କୁ କୈାଶଳ କ୍ରମେ ଛଡାଇ ନେଇ ଲୁଟେରା ଦ୍ରୁତ ଗତିରେ କଟିକଟା ବଜାର ଆଡ଼କୁ ଚମ୍ପଟ୍ ମାରିଥିଲା। ଉକ୍ତ ବ୍ୟାଗ୍ ରେ ନଗଦ ୧୩ ହଜାର ଟଙ୍କା ସହ ଏଟିଏମ୍ କାର୍ଡ, ମୋବାଇଲ ଫୋନ ଓ କିଛି ନୂଆ ଲୁଗାପଟା ଥିବା, ଲୁଟ୍ ର ଶିକାର ହୋଇଥିବା ଓରତି ପଂଚାୟତର ଝିଅ ଆକାଂକ୍ଷା ନନ୍ଦ ନିଶ୍ଚିନ୍ତକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ତେଲ ଟାଙ୍କିରୁ ସିସିଟିଭି ଫୁଟେଜ ରୁ ଲୁଟେରା ର ଫଟୋ ନେଇଥିଲେ ସୁଦ୍ଧା ଏ ପର୍ୟ୍ୟନ୍ତ ଲୁଟେରା ପାଖରେ ପହଞ୍ଚି ପାରିନାହିଁ ନିଶ୍ଚିନ୍ତକୋଇଲି ପୋଲିସ । ଏହି ଅଂଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ସ୍ଥାନୀୟ ବାସିନ୍ଦା ମାନଙ୍କ ଦୀର୍ଘ ଦିନରୁ ଏଠାରେ ଗୋଟିଏ ପୋଲିସ ଫାଣ୍ଡି କରିବାକୁ ଦାବି କରୁଥିଲେ ମଧ୍ୟ କୈାଣସିସୁ ଫଳ ମିଳୁନାହିଁ। ତୁରନ୍ତ ଅସୁରେଶ୍ବର ଅଂଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣ ରେ ଦାବି ହେଉଛି । ଓଡିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.