Friday , August 19 2022
Breaking News
Home / ବିଶେଷ / ମାହାଙ୍ଗା ବେଗୁନିଆପଦା ହତ୍ୟାମାମଲା : ୨ ମହିଳାଙ୍କ ସମେତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ମାହାଙ୍ଗା ବେଗୁନିଆପଦା ହତ୍ୟାମାମଲା : ୨ ମହିଳାଙ୍କ ସମେତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ମାହାଙ୍ଗା ,୨୫/୦୩/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ସେମାନେ ଭୁଲିଗଲେ ମାନବିକତା, ସାମାନ୍ୟ ଘଟଣାରୁ ଗଡ଼ିଲା ମୁଣ୍ଡ, ସଂଘବଦ୍ଧ ଆକ୍ରମଣ ଯୋଗୁଁ ଗାଁ’ ଦାଣ୍ଡରେ ଛୁଟିଲା ରକ୍ତର ସୂଅ । ଏଭଳି ଅଭାବନୀୟ ଘଟଣାକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଲୋଡନ ଖେଳିଯାଇଛି । ଭଦ୍ରେଶ୍ୱର ଫାଣ୍ଡି ଗୋପାଳପୁର ପଞ୍ଚାୟତ ବେଗୁନିଆପଦା ଗାଁ’ର ବହୁଚର୍ଚ୍ଚିତ ମୃତ୍ୟୁଞ୍ଜୟ ଦାସ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମାହାଙ୍ଗା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ, ଏହି ଅଭିଯୁକ୍ତ ମାନଙ୍କ ଜାମିନ ମାନ୍ୟବର ଅଦାଲତରେ ନାମଞ୍ଜୁର ହୋଇଯାଇଛି ।
ବେଗୁନିଆପଦା ଗାଁର ମୃତ୍ୟୁଞ୍ଜୟ ଓରଫ ମଣ୍ଟୁ ଦାସ (୪୨)କୁ ଗତ ୧୭ ତାରିଖ ରାତିରେ ମାରଣାସ୍ତ୍ର ଯୋଗେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଥିବା ୮ ଜଣଙ୍କ ଭିତରୁ ୨ ଜଣ ମହିଳା ଦେବୀ ଦାସ ଓ ସରସ୍ଵତୀ ଦାସଙ୍କ ସହିତ ବୀରେନ ଦାସ, ରମାକାନ୍ତ ଦାସ ଏବଂ ଶିବୁ ଦାସଙ୍କୁ ନେଇ ୫ ଜଣଙ୍କୁ ଅତି ଚତୁରତାର ସହ ସ୍ଥାନୀୟ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ୩ ଜଣ ଏବେବି’ ପୋଲିସ ଆଖିରେ ଧୂଳିଦେଇ ଲୁଚି ବୁଲୁଛନ୍ତି । ଏହି ୫ ଅଭିଯୁକ୍ତଙ୍କୁ ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପୋଲିସ ଏମାନଙ୍କ ଠାରୁ ହତ୍ୟା ଘଟଣାର ତଥ୍ୟ ହାସଲ କରିଥିଲା । ଏହାପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ରିମାଇଣ୍ଡରେ ଆଣି ହତ୍ୟାକାଣ୍ଡର ରି- କ୍ରିଏସନ କରାଯିବ ବୋଲି କୁହାଯାଉଛି । ତେବେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି’ ଫେରାର ଥିବା ସୂଚନା ରହିଛି । ଖୁବଶୀଘ୍ର ଏହି ୩ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସାଲେପୁର ଏସଡ଼ିପିଓ କହିଛନ୍ତି । ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି ଏବଂ ଫାଣ୍ଡି ଅଧିକାରୀ ତପନ ନାୟକ ଓ ଥାନାର ମହିଳା ସବଇନ୍ସପେକ୍ଟର ଅପରାଧୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଅପରାଧ ପ୍ରବଣ ମାହାଙ୍ଗାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ଘଟଣା ବୁଦ୍ଧିଜୀବୀ ମାନଙ୍କୁ ଚିନ୍ତାରେ ପକାଇଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.