Tuesday , August 9 2022
Breaking News
Home / ବିଶେଷ / ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ୧୨୨ତମ ଜୟନ୍ତୀ ପାଳିତ

ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ୧୨୨ତମ ଜୟନ୍ତୀ ପାଳିତ

କଟକ, ୨୫/୦୩/୨୦୨୨( ଓଡ଼ିଶା ସମାଚାର )- ୪୨ମୌଜା ସ୍ଥିତ ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ, ପଟଣା ଠାରେ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ୱର ଆଚାର୍ୟ୍ୟ ସ୍ମୃତି ସଂସଦ ଓ ଗୋଧୂଳି ସାହିତ୍ୟ ସଂସଦ, ଭୁବନେଶ୍ୱର ଆନୁକୁଲ୍ୟରେ ବିଦ୍ୟାଭୂଷଣ ପଣ୍ଡିତ ବାନମ୍ବର ଆଚାର୍ୟ୍ୟଙ୍କର ୧୨୨ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ମାନୀୟ ସାହିତ୍ୟିକ, କବି ଓ ଲେଖକମାନେ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ଆଦର୍ଶ କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋଚନା କରି ତାଙ୍କର ଗୁଣ ଗାନ କରିଥିଲେ। ସଭା ଆରମ୍ଭରୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବରିଷ୍ଠ ସୁନାମଧନ୍ୟ କବି ଅଶୋକ କୁମାର ପତିଙ୍କ ସଭାପତିତ୍ବରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା। ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରକାନ୍ତ ପଣ୍ଡା ସଭାକାର୍ୟ୍ୟ ପରିଚାଳନା କରିଥିଲେ। ପାରମ୍ଭରେ “ପରିବାରରେ ବାପା” ଶୀର୍ଷକ ବିଷୟବସ୍ତୁର ଆଲୋଚନାରେ ଏକ କବିତା ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ତାଙ୍କ ବକ୍ତବ୍ୟରେ ପରିବାରରେ ବାପାଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତ ରଖିଥିଲେ। କବି ଜୟକୃଷ୍ଣ ନାୟକ, କବିୟତ୍ରୀ ସରୋଜ ନଳିନୀ ପରିଜା, ମିନତି ପଣ୍ଡା, ରତ୍ନ ମଞ୍ଜରୀ ପଣ୍ଡା, ଜୟା ଜୟନ୍ତୀ ପତି ପ୍ରମୁଖ ଶତାଧିକ କବି ସେମାନଙ୍କର କବିତା ପାଠ କରିଥିଲେ।
ବିରତି ପରେ ଆଦର୍ଶ ସାହିତ୍ୟିକ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ପର୍ଶୁରାମ ଦ୍ବିବେଦୀ, ମୁଖ୍ୟ ବକ୍ତା ନାଟ୍ୟକାର ଡଃ ବିଜୟ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଠ ସଂଗଠକ ତଥା ପ୍ରତିଷ୍ଠାନର ସଭାପତି ଇପ୍ସ ଅଶୋକ କୁମାର ବିଶ୍ବାଳ, ସୁବକ୍ତା ସୀତା ବଲ୍ଲଭ ମହାପାତ୍ର, ଗୋଧୂଳି ସାହିତ୍ୟ ସଂସଦର ସମ୍ପାଦିକା ସାହିତ୍ୟିକା ବିମଳା ସିଂହ ଓ ପତିତପାବନ ମହାପାତ୍ର ପ୍ରମୁଖ ସଭା କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟକୁ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତ ପୋଷଣ କରିଥିଲେ। ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ୱର ଆଚାର୍ୟ୍ୟ ସ୍ମୃତି ସଂସଦର ସଭାପତି ତଥା ତାଙ୍କ ସୁପୁତ୍ର ଶେଷ ଭୂଷଣ ଆଚାର୍ୟ୍ୟ, କନ୍ୟା ଅନୁରାଧା ଆଚାର୍ୟ୍ୟ, ରେଣୁକା ଆଚାର୍ୟ୍ୟ, ଚିନ୍ମୟୀ ଆଚାର୍ୟ୍ୟ, ରମାକାନ୍ତ ମିଶ୍ର, ମୀନାକ୍ଷୀ ନନ୍ଦ, ଅଂଶୁମାନ ମିଶ୍ର ଓ ଅତାନ୍ଦ୍ରିତା ବ୍ରହ୍ମା ପ୍ରମୁଖ ପରିବାରର ସଦସ୍ୟ ମାନେ ବିଦ୍ୟାଭୂଷଣ ପଣ୍ଡିତ ବାନାମ୍ବର ଆଚାର୍ୟ୍ୟଙ୍କ ଆଦର୍ଶ ବ୍ୟକ୍ତିତ୍ଵ ତଥା ଅମ୍ଳାନ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ବରିଷ୍ଠ ସଦସ୍ୟ ଉପେନ୍ଦ୍ର ବାରିକ, ମାଧବ ପରିଡ଼ା, କବି ନିରୋଦ କୁମାର ପଣ୍ଡା, ନଟବର ବେହେରା ଓ ଅସୀମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦକ୍ଷ ସଂଗଠକ ତଥା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.