Tuesday , August 16 2022
Breaking News
Home / ତାଜା ଖବର / ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କର ମୃତ୍ୟୁ

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଅଧିକାରୀ ଙ୍କର ମୃତ୍ୟୁ

ଭଂଜନଗର,୨୫/୦୩/୨୦୨୨( ଓଡ଼ିଶା ସମାଚାର )- ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନିଜ କ୍ବାର୍ଟରରେ ସେ ନିଜ ସର୍ଭିସ ବନ୍ଧୁକ ସଫା କରୁଥିବାବେଳେ ଏଭଳି ଘଟଣା ଘଟିଥିଲା । ବନ୍ଧୁକ ସଫା କରି ସାରିବା ପରେ ମଧ୍ୟାହ୍ନ ଭୋଜନ ଖାଇସାରି ଡ଼୍ୟୁଟିକୁ ଯାଇଥାନ୍ତେ । ମାଆ ଖାଇବାକୁ ଡ଼ାକୁଥିବାବେଳେ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ପେଟରେ ବାଜି ପିଠିପଟୁ ବାହାରିଥିଲା ବୋଲି ଖବର ମିଳିଛି। ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।.ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜୟପୁରର ମୂଳବାସିନ୍ଦା। ୬ ମାସ ତଳେ ଗାଙ୍ଗପୁର ଥାନାରେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ନବରଙ୍ଗପୁର ହେଡକ୍ବାର୍ଟରରରେ ଇନସପେକ୍ଟର ଭାବରେ କାର୍ୟ୍ୟ କରୁଛନ୍ତି। ଭଂଜନଗର ଥାନା ଅଧିକାରୀ ଓ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.