Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ ରେ ୭୫.୨୬ ପ୍ରତିଶତ ମାତଦାନ

ଜୁନାଗଡ଼ ପୌର ନିର୍ବାଚନ ରେ ୭୫.୨୬ ପ୍ରତିଶତ ମାତଦାନ

ଜୁନାଗଡ଼, ୨୫/୦୩/୨୦୨୨( ଓଡ଼ିଶା ସମାଚାର/ରାକେଶ ବେମାଲ ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଜୁନାଗଡ଼ ଏନ୍ଏସିରେ ଗୁରୁବାର ପୌର ନିର୍ବାଚନରେ ୭୫.୨୬ ମତଦାନ ହୋଇଛି ଏହି ନିର୍ବାଚନ କଡା ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ଏହି ପୌର ଅଞ୍ଚଳରେ ମୋଟ ୧୪୭୪୩ ମଧ୍ୟରୁ ୧୧୧୯୫ ଜଣ ଭୋଟର ମତଦାନ କରି ଛନ୍ତି । ସେଥି ମଧ୍ୟରୁ ପୁରୁଷ ଭୋଟର ୫୮୦୨ ଓ ମହିଳା ଭୋଟର ୫୨୯୩ ମାତଦାନ କାରିଥିଲେ । ଏଠାରେ ୧୨ଗୋଟି ୱାର୍ଡ ରେ ୧୮ ଗୋଟି ବୁଥ ଥିଲା । ସମସ୍ତ ଇ ଭି ଏମ, ଏନ ଏ ସି ସ୍ଥିତ କଲ୍ୟାଣ ମଣ୍ଡପ ଷ୍ଟ୍ରଙ୍ଗ ରୁମରେ ପ୍ରାର୍ଥୀ ମାନଙ୍କ ଉପସ୍ଥିତ ରେ ସିଲ କରାଯାଇଛି । ଜୁନାଗଡ଼ ଏନ୍ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର ୱାର୍ଡ ସ୍ଥିତ ୩ ନମ୍ବର ବୁଥ୍ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଭୋଟ ଦେଇଥିଲେ। ସାଧାରଣ ଲୋକଙ୍କ ଭଳି ମନ୍ତ୍ରୀ ମିଶ୍ର ଦିର୍ଘ ସମୟ ଧରି ଲମ୍ବାଲାଇନରେ ରହି ନିଜ ଅଧିକାର ସାବ୍ୟସ୍ତ କରିଥିଲେ।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.