Wednesday , May 18 2022
Breaking News
Home / ବିଶେଷ / ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ- ଓଇଆରସି

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ- ଓଇଆରସି

ଭୁବନେଶ୍ୱର, ୨୪/୦୩/୨୦୨୨( ଓଡ଼ିଶା ସମାଚାର )- ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏବେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ । ଘରୋଇ ହେଉ କି କମର୍ସିଆଲ ହେଉ ସମସ୍ତ ପ୍ରକାର ବିଦ୍ୟୁତ ଗ୍ରାହକ ଙ୍କ ଶୁଳ୍କ ଅପରିବର୍ତିତ ରହିବ । ବିଦ୍ୟତ୍ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଓଇଆସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ୫୦ ୟୁନିଟ ପର୍ୟ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ଆଦାୟ କରାଯିବ । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳକ ଆଦାୟ କରାଯିବ । ଡିଜିଟାଲ୍ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ମିଳୁଥିଲା ।
ଏଥି ସହିତ ଓପିଟିସିଏଲ ଟ୍ରାନ୍ସମିସନ୍ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଡିସକମ୍ ପାଖରେ ଥିବା ୩୫୫ କୋଟି ବଳକା ଅର୍ଥକୁ ତାରିଫ୍ରେ ବାଲାନ୍ସ କରିଦିଆଯାଇଛି । ଏହି ଅର୍ଥକୁ ବ୍ୟବହାର କରି ଦର ଅପରିବର୍ତ୍ତିତ ରହିଛି । ଚଳିତ ବର୍ଷ ୧୯ ପଇସା ପାୱାର ପରଚେଜ୍ ଦରରେ ବୃଦ୍ଧି କରାଯାଇଛି । କିନ୍ତୁ ଏହି ବୃଦ୍ଧି ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ ବୋଲି ଓଇଆରସି ସଚିବ କହିଛନ୍ତି। ବିଦ୍ୟୁତ ଶୁଳକ ବାବଦରେ ଓଇଆରସିର ଶୁଣାଣି ବେଳେ ଦର ନ ବଢାଇବାକୁ ରାଜ୍ୟ ସରକାର ଗତ ଫେବ୍ରୁଆରି ୨୦ରେ ଓଇଆରସିଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *