Tuesday , August 9 2022
Breaking News
Home / ନିର୍ବାଚନ / ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା କଟକ ମହାନଗର ନିଗମ ନିର୍ବାଚନ,୫୦ ପ୍ରତିଶତରୁ କମ୍ ମତଦାନ

ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା କଟକ ମହାନଗର ନିଗମ ନିର୍ବାଚନ,୫୦ ପ୍ରତିଶତରୁ କମ୍ ମତଦାନ

କଟକ ସଦର, ୨୪/୦୩/୨୦୨୨( ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଆଜି ଗୁରୁଵାର ଅନୁଷ୍ଠିତ ହୋଇଥିବା କଟକ ମହାନଗର ନିଗମ ପାଇଁ ମେୟର ଓ କର୍ପୋରେଟର ନିର୍ବାଚନ।୫୯ ୱ।ର୍ଡ ବିଶିଷ୍ଟ ସିଏମସି ନିର୍ବାଚନରେ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ପାଇଁ ୪୪୯ ଭୋଟ ଗ୍ରହଣ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ନିର୍ବାଚନ ହେଉଥିବା ରୁ ଏବଂ ପ୍ରଚାର ଆରମ୍ଭରୁ ଭୋଟର ଉତ୍ସାହିତ ଥିବା ବେଳେ ଅଧିକ ହାରରେ ମତଦାନ ହେଵ ଵୋଲି ଜଣା ପଡୁଥିଲା।ହେଲେ ୫୦ ପ୍ରତିଶତରୁ କମ୍ ମତଦାନ ସମସ୍ତ ଙ୍କୁ ନିରୁତ୍ସାହିତ କରିଛି। ଲୋକେ ଇଭିଏମ ଯୋଗେ ଗୋଲାପି ରଙ୍ଗର ଵ୍ୟାଲଟରେ କର୍ପୋରେଟରଙ୍କ ପାଇଁ ଓ ହଳଦିଆ ରଙ୍ଗର ଵ୍ୟାଲଟରେ ମେୟରଙ୍କ ପାଇଁ  ସୁଇଚ୍ ଟିପି ମତ ସାବ୍ୟସ୍ତ କରିଥିବା ଦେଖାଯାଇଛି। ହେଲେ ଉଭୟ ଵ୍ୟାଲଟରେ ଶେଷକୁ ନୋଟା ଥିଵାରୁ ଏଥିରେ ସହରବାସୀ କେତେ ଭୋଟ ଦେଇଛନ୍ତି ତାହା ଆସନ୍ତା ୨୬ ତାରିଖ ଗଣତିରୁ ହିଁ ଜଣାପଡିଵ।  ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.