Tuesday , August 9 2022
Breaking News
Home / ବିଶେଷ / ବୁଥ୍  ବାହାରେ ଯୁବକଙ୍କୁ ଛୁରାମାଡ଼, ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ

ବୁଥ୍  ବାହାରେ ଯୁବକଙ୍କୁ ଛୁରାମାଡ଼, ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ

ଭଦ୍ରକ, ୨୪/୦୩/୨୦୨୨( ଓଡ଼ିଶା ସମାଚାର )- ଧାମନଗର ଏନଏସି ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ସମର୍ଥକ ଯୁବକଙ୍କୁ ଛୁରାମାଡ଼ ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ରାଜ୍ୟର ପୌରା ଅଞ୍ଚଳରେ ଭୋଟ ଗ୍ରହଣ ଚାଲିଛି । ହେଲେ ଭଦ୍ରକ ଧାମନଗର ଏନ୍ଏସିର ୯ ନମ୍ବର ଓ୍ୱାର୍ଡ ୧୬ ନମ୍ବର ବୁଥ୍ରେ ଘଟିଲା ଅଭାବନୀୟ ଘଟଣା । କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ହଠାତ୍ ବୁଥ୍ ବାହାରେ ପ୍ରତିପକ୍ଷ ଯୁବକ ରମେଶ କୁମାର ଲେଙ୍କାଙ୍କୁ ଛୁରାମାଡ଼ କରିଥିଲେ ।  ଯୁବକଙ୍କ ପେଟରେ ଆଘାତ ଲାଗିଛି । ଏଥିରେ ଯୁବକ ଗୁରୁତର ହୋଇଛନ୍ତି । ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ଅଭିଯୁକ୍ତ ଯୁବକ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ନିଆଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାଦନାକୁ ସ୍ଥାନାନ୍ତରିତ କରାଯାଇଛି ।  ଏହି ଘଟଣାକୁ ନେଇ ଧାମନଗରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ  ।  ଖବର ପାଇ ଭଦ୍ରକ ଏସପି ଓ ଡିଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଛୁରାମାଡ କରିଥିବା ଯୁବକକୁ ପୁଲିସ ଖୋଜୁଛି।ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.