Tuesday , September 27 2022
Breaking News
Home / ତାଜା ଖବର / ବାଲିଘାଟ ବିବାଦକୁ ନେଇ ବୋମା ମାଡ଼ରେ ଜଣକର ମୃତ୍ୟୁ

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼ରେ ଜଣକର ମୃତ୍ୟୁ

ଯାଜପୁର ୨୪/୦୩/୨୦୨୨( ଓଡ଼ିଶା ସମାଚାର )- ବାଲିଘାଟ ବିବାଦକୁ ନେଇ ଯାଜପୁର ଜିଲା ବିଂଝାରପୁର ଅଂଚଳରେ ବୋମା ମାଡ଼ରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସୁରେନ୍ଦ୍ର ଦାସ । ବୋମା ମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବିଞ୍ଝାରପୁର ଡାକ୍ତର ଖାନାକୁ ନିଆ ଯାଇଥିଲା ।ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଗମରା ପାଖ ମନେଇ ଗଣ୍ଡ ବାଲି ଘାଟକୁ ନେଇ ଏହି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏହି ବାଲିଘାଟ ଟି ସରକାରୀ ଭାବେ ନିଲାମ ହୋଇଛି । ୩ ଜଣ ଏହାକୁ ନିଏଲାମ ନେଇଛନ୍ତି । କିନ୍ତୁ ଏହି ବାଲିଘାଟରୁ ଚୋରାରେ ବାଲି ଉତୋଳନ କରାଯାଉଥିଲା । ଏହି ଘଟଣାକୁ ନେଇ ୪ ଦିନ ପୂର୍ବେ ମଧ୍ୟ ବୋମା ଫୁଟିଥିଲା । ଏ ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ର ନିସ୍କ୍ରିୟତା ଯୋଗୁ ଆଜି ପୁଣି ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.