Thursday , June 30 2022
Breaking News
Home / ବିଶେଷ / ପଦ୍ମପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

ପଦ୍ମପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

ଗରଦପୁର, ୨୪/୦୩/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ପଦ୍ମପୁର ପଂଚାୟତର ବିଭିନ୍ନ ଗ୍ରାମ ସହିତ ପାଶ୍ୱର୍ବର୍ତୀ ଗ୍ରାମଗୁଡିକରୁ ୭୦ରୁ ଉଦ୍ଧ୍ୱ୍ୱର୍ ବିଭିନ୍ନ ପ୍ରକାରର ଚକ୍ଷୁ ରୋଗୀ ଶିବିରରେ ପହଂଚି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ପଦ୍ମପୁର ଗ୍ରାମ ପଂଚାୟତ ଓ ପାଟକୁରା ମେଡିକାଲ ର ମିଳିତ ସହଯୋଗରେ ଆୟୋଜିତ ଏହି ଚକ୍ଷୁ ପରୀକ୍ଷା ଶିବିରକୁ ଗରଦପୁର ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ପଦ୍ମପୁର ପଂଚାୟତର ନବ ନିର୍ବାଚିତ ସରପଂଚ ଅନସୂୟା ବେହେରା ଉଦଘାଟନ କରିଥିଲେ । ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଉର୍ମିଳା ମରାହାଜ ଓ ଅବସରପ୍ରାପ୍ତ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ପରିଡା ଶିବିରରେ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଚକ୍ଷୁ ସମ୍ବଦ୍ଧିୟ ବିଭିନ୍ନ ରୋଗ ନିରୁପଣ କରିଥିଲେ । ଏହି ଶିବିରରେ ଚିହ୍ନଟ ହୋଇଥିବା ୪୦ ବର୍ଷରୁ ଉଦ୍ଧ୍ୱର୍ ବୟଷ୍କ ଚକ୍ଷୁ ରୋଗୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ଚଷମା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ସମ୍ପର୍କରେ ଡାକ୍ତର ଉର୍ମିଳା ମହାରାଜ ପ୍ରକାଶ କରିଛନ୍ତି । ଏହି ଶିବିରକୁ ସ୍ଥାନୀୟ ପଂଚାୟତର ଶାରଦା ସାମନ୍ତରାୟ,ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ବ୍ରଜ କିଶୋର ସାହୁ, ସହଦେବ ବାରିକ୍, ଅଭୟ କୁମାର ରାଉତ ଓ ମୁକ୍ତିକାନ୍ତ ପ୍ରଧାନ ପ୍ରମୁଖ ଅନେକ ସ୍ୱେଛାସେବୀମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *