ଜୁନାଗଡ଼ , ୨୪/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷା ଭାବେ ପ୍ରମୋଦ କୁମାର ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ପୂର୍ବ ରୁ ବ୍ଲକ ଅଧ୍ୟକ୍ଷା ସବିତା ମେହେର ଥିଲେ । ଉଭୟ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଜେଡି ସମର୍ଥନରେ ହୋଇଥିବାରୁ ବିଜେଡି ମହଲରେ ଉତ୍ସାହ ଖେଳିଯାଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର ପହଞ୍ଚି ନବନିର୍ବାଚିତ ଉପାଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ବୁଟି ମହାନ୍ତି, ଅଜୟ ବେହେରା, ତାରାପ୍ରସାଦ ରାୟଗୁରୁ, ନେତ୍ରା ନନ୍ଦ ମହାନ୍ତି ଜିଲ୍ଲା ପରିଷଦ ସଭ୍ୟ ଲାଲ ବହାଦୁର ଯାନୀଙ୍କ ସମେତ ଅନେକ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
