Tuesday , September 27 2022
Breaking News
Home / ବିଶେଷ / ଜଳ କଷ୍ଟ ଗ୍ରାମଗୁଡିକୁ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ଦାବି

ଜଳ କଷ୍ଟ ଗ୍ରାମଗୁଡିକୁ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ଦାବି

ଗରଦପୁର,୨୪/୦୩/୨୦୨୨( ଓଡ଼ିଶା ସମାଚାର )-ଗତ କିଛି ସପ୍ତାହ ହେଲା ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଗ୍ରାଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ, ଜଳ କଷ୍ଟ ଗ୍ରାମଗୁଡିକରେ ପାନୀୟ ଜଳ ପାଇଁ ସମସ୍ୟା ଦେଖାଯାଇଛି । ପ୍ରଶାସନଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ମହଲରୁ ଦାବି କରାଯାଇଛି । ପ୍ରକାଶ ଯେ, ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମ, ନୂଆପଡା ବଜାର, କିଣିଲୋ, ଗୋତ୍ରବିଲ ଓ ବିଚଣା ଗ୍ରାମରେ ପାନୀୟ ଜଳସମସ୍ୟା ରହିଛି । ପ୍ରଶାସନଙ୍କ ପକ୍ଷରୁ ଜଳ କଷ୍ଟ ଭାବେ ଚିହ୍ନଟ ହୋଇଥିବା ନୂଆପଡା ବଜାର  ଓ ନୂଆପଡା ଗ୍ରାମକୁ  ବିଗତ ବର୍ଷମାନଙ୍କରେ ପ୍ରଶଶସନଙ୍କ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ  ପାନୀୟ ଜଳ ଯୋଗାଣ କରାଯାଉଥିଲା । ଏହି ଗ୍ରାମଗୁଡିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନାହିଁ । ଏହି ଗ୍ରାମ ଗୁଡିକରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଜଳ କଷ୍ଟ ରହିଥିବା ଏହି ଗ୍ରାମଗୁଡିକୁ ପ୍ରଶାସନଙ୍କ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ସମ୍ପୃକ୍ତ ଗ୍ରାମର ରଘୁନାଥ ବାରିକ୍, ଅଧିକାରୀ ବିପିନ ବିହାରୀ , ଚିରଞ୍ଜିବୀ ପରିଜା, ମଳୟ କୁମାର ମହାପାତ୍ର, ସଞ୍ଜୟ କୁମାର ପରିଡା, କାଙ୍ଗାଳି ଚରଣ ବେହେରା ପ୍ରମୁଖ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.