Thursday , June 30 2022
Breaking News
Home / ବିଶେଷ / ଯକ୍ଷ୍ମାମୁକ୍ତଖୋର୍ଦ୍ଧାପାଇଁ ସାମଗ୍ରୀକ ପ୍ରୟାସ, ନିବେଶ ଏବଂ ପ୍ରତିବଦ୍ଧତା ଆବଶ୍ୟକ

ଯକ୍ଷ୍ମାମୁକ୍ତଖୋର୍ଦ୍ଧାପାଇଁ ସାମଗ୍ରୀକ ପ୍ରୟାସ, ନିବେଶ ଏବଂ ପ୍ରତିବଦ୍ଧତା ଆବଶ୍ୟକ

ଖୋର୍ଦ୍ଧା, ୨୩/୦୩/୨୦୨୨( ଓଡ଼ିଶା ସମାଚାର )-  ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହଯୋଗ’ ଭୁବନେଶ୍ୱର,ଏନ.ଟି.ଇପି-ଖୋର୍ଦ୍ଧାଏବଂ ପରିବେଶ ସୁରକ୍ଷା ଅଭିଯାନ, ଭୁବନେଶ୍ୱରଙ୍କ ମିଳତ ପ୍ରୟାସରେ ବିଭିନ୍ନ ବର୍ଗ ହିତାଧିକାରୀଙ୍କୁନେଇ ବିଶ୍ୱ ଯକ୍ଷ୍ମା ଦିବସ -୨୦୨୨ ଅବସରରେ ଏକ କର୍ମଶାଳା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର, ମଳିପଡ଼ା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ପ୍ରକାଶ ଚନ୍ଦ୍ର ଚମ୍ପତିରାୟ ଏସ.ଟିଏସ ଖୋର୍ଦ୍ଧା ସ୍ୱାଗତ ଅଭିଭାଷଣ ଦେଇଥିଲେ । ସହଯୋଗ ଅନୁଷ୍ଠାନର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ବିଭିନ୍ନ ବର୍ଗ ହିତାଧିକାରୀଙ୍କୁ ଆଲୋଚନାଚକ୍ର ଆୟୋଜନର ଉଦ୍ଧେଶ୍ୟ ସର୍ମ୍ପକରେ କହିଥିଲେ ।ଅନାଦି କାଳରୁ ଯକ୍ଷ୍ମାରୋଗକୁ ଏକ ଦୁଃସାଧ୍ୟ ସଂକା୍ରମକ ରୋଗ ସମସ୍ତେ ଭାବୁଥିଲେ । ଆଜି ତାହା ଦୁଃସାଧ୍ୟ ହୋଇନାହିଁ ତାହା ସମ୍ପୁର୍ଣ୍ଣ ମାଗଣା ସରକାରୀ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥାରେ ଭଲ ହୋଇପାରିବ ଏବଂ ଭାରତ ସରକାର-୨୦୨୫ ସୁଦ୍ଧା ଯକ୍ଷ୍ମା ନିର୍ମୁଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ଦୁଇବର୍ଷ କୋଭିଡ ସମସ୍ୟା ପାଇଁ ଯକ୍ଷ୍ମା ନିର୍ମୁଳନ କାର୍ଯ୍ୟକ୍ରମ ମନ୍ଥର କରିଛି ।ଏବେ ସମୟ ଆସିଛି ସବୁ ସ୍ତରରେ ଯକ୍ଷ୍ମା ନିର୍ମୁଳନ ପାଇଁ ଅସାଧାରଣ ପ୍ରୟାସ ଏବଂ ନିବେଶ ପାଇଁ ପ୍ରତିବଦ୍ଧ ହେବା ଦରକାର । ମୁଖ୍ୟବକ୍ତା ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତୁଷାରକାନ୍ତି ରାୟ ବିଭିନ୍ନ ପ୍ରକାର ଯକ୍ଷ୍ମାଏବଂ ଯକ୍ଷ୍ମା ଆକ୍ରାନ୍ତ କାରଣ ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କସହିତ ମୁକ୍ତ ଆଲୋଚନା କରିଥିଲେ ।ମୁଖ୍ୟ ଅତିଥି ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ାକ୍ତର ସୁବ୍ରତ ତ୍ରୀପାଠୀ ବିଗତ ଦିନମାନଙ୍କରେ ସରାକରୀ ବ୍ୟବସ୍ଥାରୁ ପ୍ରାଇଭେଟ ତୁଳନାରେ କମ ଯକ୍ଷ୍ମା ଚିହ୍ନଟ ହେଉଥିବାରୁ ଆଜି ମଧ୍ୟ ଯକ୍ଷ୍ମାକୁନେଇ ଷ୍ଟିଗମା ଏବଂ ତାହା ଯକ୍ଷ୍ମା ନିରାକରଣରେ ଅନ୍ତରାୟ ହେଉଛି କହିଥିଲେ । ଆଶା ଏବଂ ଟିବିରୁ ଭଲହୋଇଥିବା ବ୍ୟକ୍ତିମାନଙ୍କୁ ଏ ଦିଗରେ ଅଧିକ କାର୍ଯ୍ୟକରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାକାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ପାତ୍ର ଜାତୀୟ ଯକ୍ଷ୍ମା ନିର୍ମୁଳନ କାର୍ଯ୍ୟକ୍ରମରେରୋଗୀମାନଙ୍କ ପାଇଁ ଥିବା ବନ୍ଦୋବସ୍ତ ଉପରେ ଚର୍ଚ୍ଚା କରିଥିଲେ ।ଜିଲ୍ଲା ଟିବି ଏଚ୍.ଆଇଭି ସଂଯୋଜକ ଉମାକାନ୍ତ ପଣ୍ଡା ଯକ୍ଷ୍ମାକୁ ଏକ ସୁବିଧାବାଦୀ ରୋଗବୋଲି ଆଲୋଚନାକରି କହିଥିଲେ ଏ ବର୍ଷରସ୍ଲୋଗାନ ହେଉଛି ଯକ୍ଷ୍ମାରେ ଅଧିକ ନିବେଶକର ଏବଂ ଜୀବନ ବଂଚାଅ । ନିବେଶ କେବଳ ସରାକରୀ ସ୍ତରରେ ବା ଆର୍ଥିକ ନିବେଶ ନୁହେଁ ବରଂ ପ୍ରତିସ୍ତରରେ ନିଜେ କରୁଥବା କାମରୁ ଆଉଟିକେ ଅଧିକା ଅଥବା ନିଜକାମରୁ ବାହାରି ଯଦି ଆମେ ଯକ୍ଷ୍ମା ନିର୍ମୁଳନ ପାଇଁ ଚେଷ୍ଟାକରିବା ତେବେ ଯକ୍ଷ୍ମା ନିଶ୍ଚିତ ଦୂର ହୋଇପାରିବବୋଲି କହିଥିଲେ । ଆଗକୁ ସରାକରଙ୍କ ତରଫରୁ ଆସିବାକୁ ଥିବା ପି୍ରଭେଂଟିଭ ଉପଚାରସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ପରିବେଶ ସୁରକ୍ଷା ଅଭିଯାନ ର ସଭାପତି ଡ଼ଃ ପ୍ରଦୀପ ରଥ ଆଲୋଚନାରେ ଭାଗନେଇ କହିଥିଲେ ପୂର୍ବ ଆଲୋଚକମାନେ କହିଛନ୍ତି ଯକ୍ଷ୍ମାର ଅନ୍ୟତମ କାରଣ ପ୍ରଦୂଷଣ ।ତେଣୁ ସମସ୍ତେ ଆମ ନିଜ ନିଜ ସ୍ତରରେ ଗଛ ଲଗାଇବା, ପରିବେଶ ସଫା ରଖିବା ତେଣୁ ମୁକ୍ତ ଅମ୍ଳଜାନ ଆମକୁ ମିଳିପାରିବ ।ବାୟୁମଣ୍ଡଳରେ ବିଷାକ୍ତ ବାଷ୍ପ ଗଛ ଶୋଷି ଦେଇପାରିବ ତେଣୁ ଆମର ଫୁସଫୁସ ଧୂଳିଧୂଆଁରେ ଆକ୍ରାନ୍ତ ହୋଇ ଦୁର୍ବଳ ହେବନାହିଁ ।  ଯକ୍ଷ୍ମାମୁକ୍ତ ଖୋର୍ଦ୍ଧା ପାଇଁ ସମସ୍ତେ ନିଜର ଶପଥ ଦୋହରାଇଥିଲେ । ସହଯୋଗ ଅନୁଷ୍ଠାନ ତରଫରୁ ଯକ୍ଷ୍ମା ପିଡ଼ୀତ ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କୁ ଦୈନନ୍ଦିନ ଖାଦ୍ୟରେ େପୌଷ୍ଟିକତାକୁ ବଢାଇବା ପାଇଁ ଡ଼ାଲି ବଂଟନ କରାଯାଇଥିଲା । ପରିବେଶ ସୁରକ୍ଷା ଅଭିଯାନର କୋଷାଧ୍ୟକ୍ଷ ନମିତା ମହାପାତ୍ର, ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର, ମଳିପଡ଼ାରୁ ରତିରଞ୍ଜନ କର, କାହ୍ନୁଚରଣ ନାୟକ, ରୀତା ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମିଶନଶକ୍ତି ଗୃହ ଉଦଘାଟିତ 

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ଗୃହ ଉଦଘାଟିତ ହୋଇ ଯାଇଛି । ଏହି ଗୃହକୁ …

Leave a Reply

Your email address will not be published. Required fields are marked *