Tuesday , August 9 2022
Breaking News
Home / ତାଜା ଖବର / ପୋଲ ତଳେ ଅଖାରେ ପସି ରହିଥିବା ୫ ନର କଙ୍କାଳ ଠାବ

ପୋଲ ତଳେ ଅଖାରେ ପସି ରହିଥିବା ୫ ନର କଙ୍କାଳ ଠାବ

ଭୁବନେଶ୍ୱର ୨୩/୦୩/୨୦୨୨( ଓଡ଼ିଶା ସମାଚାର )-ରାଜଧାନୀ ଉପକଂଠ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ୫ ଟି ନର କଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅଞ୍ଚଳର ପଟିଆ କଳାରାହାଙ୍ଗ ଅଂଚଳର ଏକ ପୋଲ ତଳୁ ୫ ଟି ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୫ଟି ନରକଙ୍କାଳ ପୋଲ ତଳେ ପଡ଼ିଥିଲା । ତେବେ ଏତେ ପରିମାଣର ନରକଙ୍କାଳ କେମିତି ଆସିଲା ? କେଉଁଠୁ ଆସିଲା ? , କିଏ ଆଣି ପୋତିଲା ? ନା ଏହା ପଛରେ ଆଉ କଣ କାରଣ ? ଏପରି ଅନେକ ଦିଗକୁ ନେଇ ଛାନ୍ଭିନ୍ କରୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।ଏହି ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.