ନିଶ୍ଚିନ୍ତକୋଇଲି ,୨୩/୦୩/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ନୂତନ ଉପାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଯୁବ ନେତା ତଥା ପ୍ରାକ୍ତନ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଶୋକ କୁମାର ଓଝା।ଶ୍ରୀ ଓଝା ନିର୍ଦ୍ବନ୍ଦ୍ଵ ରେ ନିର୍ବାଚିତ ହେବାପରେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ, ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ତଥା ଦଳର ବୟୋଜେଷ୍ଠ ମୂରବୀ ଓ ସମସ୍ତ ଯୁବକ ଯୁବତୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ନିଶ୍ଚିନ୍ତକୋଇଲି ବ୍ଲକ ର ବିକାଶ ଦିଗରେ ମନପ୍ରାଣ ଦେଇ କାର୍ୟ୍ୟ କରିବେ।ଏଠାରେ ଉଲ୍ଲେଖ ନୀୟ ଯେ, ଏହି ବ୍ଲକ ର ୪୧ସମିତି ସଭ୍ୟ ମାନଙ୍କ ମଧ୍ୟରୁ ୩୩ଜଣ ଉପସ୍ଥିତ ଥିଲେ ହେଁ ଶ୍ରୀ ଓଝା ଙ୍କ ବିପକ୍ଷ ରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଅଶୋକ ଓଝା ଉପାଧ୍ୟକ୍ଷ ନିର୍ବାଚିତ ହେବାପରେ ତାଙ୍କର ବିଜୟ ପାଇଁ ଅଧ୍ୟକ୍ଷା ରୋଜି ସେଠୀ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ଓଝା, ଗିରିଶ ରଞ୍ଜନ ମହାପାତ୍ର, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବିଜେଡି ନେତା ଜ୍ୟୋତି ପ୍ରକାଶ ସ୍ୱାଇଁ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଥିଲେ । ଓଡିଶା ସମାଚାର
