Tuesday , September 27 2022
Breaking News
Home / ତାଜା ଖବର / କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ର ତଦନ୍ତ କ୍ରାଇମ ବ୍ରାଂଚ କରିବ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ର ତଦନ୍ତ କ୍ରାଇମ ବ୍ରାଂଚ କରିବ

ଭୁବନେଶ୍ୱର, ୨୩/୦୩/୨୦୨୨( ଓଡ଼ିଶା ସମାଚାର )- କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ର ତଦନ୍ତ ଭାର କ୍ରାଇମ୍ ବ୍ରାଂଚ କୁ ଦିଆଯାଇଛି । ଡ଼ିଜିପି ଙ୍କ ନିର୍ଦ୍ଧେଶ ରେ ଏହି ହତ୍ୟା କାଣ୍ଡର ତଦନ୍ତ କ୍ରାଇମ ବ୍ରାଂଚ କରିବ ବୋଲି କ୍ରାଇମ ବ୍ରାଂଚ ଏଡ଼ିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ‘ସଂପୂର୍ଣ୍ଣ’ ଓ୍ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ତାଙ୍କ ଭୁବନେଶ୍ୱରରୁ ମିଳିଲା କାର୍ଯ୍ୟାଳୟ ପରିସରରୁ ଜବତ କରାଯାଇଛି । ମାନସଙ୍କ ଅପହରଣରେ ଏହି କାର୍ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ବି ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ।
ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ସୋମବାର ଗିରଫ କରିଥିଲା ପୋଲିସ । ହେଲେ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କୌଣସି ପତ୍ତା ମିଳୁନାହିଁ । ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ବିଜୟୱାଡ଼ାରେ ପୋଲିସ ଚଢ଼ାଉ କରିଥିଲା ହେଲେ ତାଙ୍କ ଭାଇ ତାଙ୍କୁ ଖସାଇ ଦେଇଥିବା ଓ ଅନ୍ୟ ଅଭିଯୋଗରେ ତାଙ୍କ ଭାଇକୁ ପୋଲିସ ଉଠାଇ ଆଣି ଅଟକ ରଖି ପଚରା ଉଚୁରା କରୁଛି । ଭୁବନେଶ୍ୱର ରୁ ଜବତ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କର କାର ଜବତ ହେବା ପରେ ତାହାକୁ ନେବା ପାଇଁ ଚାନ୍ଦବାଲି ଥାନାର ଏକ ପୋଲିସ ଟିମ୍ ଭୁବନେଶ୍ୱର ରେ ପହଂଚିଛନ୍ତି । ଶର୍ମିଷ୍ଠାଙ୍କର ଆଗୁଆ ଜାମିନ୍ ନାମଂଜୁର କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ତେଣୁ ଖୁବ ଶୀଘ୍ର ଶର୍ମିଷ୍ଠା ଆତ୍ମ ସମର୍ପଣ କରିବେ ନଚେତ ସେ ପୁଲିସ ଦ୍ୱାରା ଖୁବ ଶୀଘ୍ର ଗିରଫ ହେବେ । ଓଡ଼ିଶା ସମାଚାର

Leave a Reply

Your email address will not be published.