Tuesday , August 9 2022
Breaking News
Home / ନିର୍ବାଚନ / ପୌର ନିର୍ବାଚନ – ବିଶାଳ ସମାବେଶ କରି ପ୍ରଚାର ଶେଷ କଲା ବିଜେଡ଼ି

ପୌର ନିର୍ବାଚନ – ବିଶାଳ ସମାବେଶ କରି ପ୍ରଚାର ଶେଷ କଲା ବିଜେଡ଼ି

ଜୁନାଗଡ, ୨୨/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ପୌର ନିର୍ବାଚନ ପାଇଁ ଆଜି ପ୍ରଚାର ର ଶେଷ ଦିନ ରେ ବିଶାଳ ଜନ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେଡି  । ପୌର ନିର୍ବାଚନ ରେ ସମସ୍ତ ଆସନ ନିଶ୍ଚିତ ଭାବେ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନିର୍ବାଚନ ମଙ୍ଗ ଧରିଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ।  ଜୁନାଗଡ ପୌର ନିର୍ବାଚନ ରେ ବିଭିନ୍ନ ଦଳ ନିଜ ପ୍ରାର୍ଥି ଙ୍କ ସପକ୍ଷ ରେ ପ୍ରଚାର କୁ ଶେଷ କରିଥିବା ବେଳେ ବିଜେଡି କିନ୍ତୁ ଏହି ପ୍ରଚାର କୁ ପାଞ୍ଚ ହଜାର ରୁ ଉର୍ଦ୍ଧ ବିଶାଳ ସମାବେଶ କରି ନିଜ ପ୍ରଚାର କୁ ଶେଷ କରିଛି ।  ଯାହା ଦ୍ୱାରା ବିରୋଧୀ ଙ୍କୁ ପୁଣି ଏକ ଖୋଲା ଖୋଲି ଚ୍ୟାଲେଞ୍ଜ ସ୍ରୁଷ୍ଟି କରିଛି  ।  ସ୍ଥାନୀୟ ଲଙ୍କେଶ୍ଵରୀ ମନ୍ଦିର ର ରୁ ହଜାର ହଜାର ମହିଳା ପୁରୁଷ ସମର୍ଥକଙ୍କ ଗହଣ ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବ୍ଂ ତାଙ୍କ ପ୍ରାର୍ଥି ମାନେ ଏକ ବିଶାଲ ଶୋଭା ଯାତ୍ରା ରେ ଆସି ।  ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ନିର୍ବାଚନୀ ଶେଷ ସଭା କରିଥିଲେ । ଏହି କାର୍ୟ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମି ରଞ୍ଜନ ନାଇକ ବର୍ତମାନ୍ ର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,  ନାରୀ ନେତ୍ରୀ କଲ୍ୟାଣୀ ନାଇକ ବିଜେଡି ର ନବୀନ୍ ସରକାର ଆଜି ବିକାଶ ଧାରା ମାଧ୍ୟମ ରେ ମହିଳା ମାନଙ୍କୁ ସଶକ୍ତି କରିଛି ।  ରାସ୍ତା ଘାଟ ସ୍ଵସ୍ଥ୍ୟ ପରି ମୌଲିକ ସମସ୍ୟା ସମାଧାନ କରି ଓଡିଶା କୁ ଏକ ଅଗ୍ରଣୀ ରାଜ୍ୟ ରେ ପରିଣତ କରିଛି । ଏଣୁ ସ୍ଥାନୀୟ ପୌର ଅଧ୍ୟକ୍ଷ ପ୍ରାର୍ଥି ମହେଶ୍ ସାହୁ ଏବ୍ଂ ୱାର୍ଡ ପ୍ରାର୍ଥି ଙ୍କୁ ବିପୁଳ ମାତ୍ରାରେ ଭୋଟ ଦାନ କରି ଭୋଟ ଦେଇ ବିଜୟ କଲେ ଜୁନାଗଡ ସହର୍ ର ରାଜ୍ୟ ର ଏକ ମଡେଲ ସହର ରେ ବିକଶିତ ହେବ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।  କଳାହାଣ୍ଡି ର ଜନସାଧାରଣ ଆଜି ବିଜେଡି ସରକାରକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଏକ ତର ଫିଆ ଭାବେ ବିଜୟୀ କରିଛନ୍ତି ।  ଯାହା ପାଇଁ ଆଜି ବିରୋଧୀ ବିଜେପି ଓ କଂଗ୍ରେସ ଛାନିଆ ହୋଇ ଆତଙ୍କିତ ରହିଛନ୍ତି  । ଯାହା ଦ୍ୱାରା ସେମାନେ ନିଜ ପ୍ରତି ବିଶ୍ବାସ ହରାଇ ବସିଛନ୍ତି  ।  ବିଜେଡି କାହା ଉପରେ ଆକ୍ରୋଶ ରଖେ ନାହିଁ କିମ୍ବା ରଖିବ ନାହିଁ । ଆମେ ସବୁ ବେଳେ ବିକାଶ କୁ ଆଗେଇବୁ ଏବ୍ଂ ଆମ ଦଳ ର ଅଧ୍ୟକ୍ଷ ପ୍ରାର୍ଥି ଏବ୍ଂ ୱାର୍ଡ ପ୍ରାର୍ଥି ଏହି ସମସ୍ତ ଆସନ ରେ ଜିତିଲେ ଗରିବ ଖଟିଖିଆ ମାନଙ୍କ ଉନ୍ନତି ହେବା ସହ ଜୁନାଗଡ ରାଜ୍ୟ ର ଏକ ବିକଶିତ ସହର ସମସ୍ତେ ମିଳିତ ଭାବେ ଗଢି ତୋଳିବୁ ବୋଲି ମନ୍ତ୍ରୀ ନିର୍ବାଚନୀ ପ୍ରତିଶୁତି ଦେଇଥିଲେ  ।  ଏହି ନିର୍ବାଚନୀ ସମାବେଶ ରେ ସହର ର ବରିଷ୍ଟ ନେତା ଦିଗାମ୍ବର ନାୟକ ପରିଚାଳନା କରିଥିଲେ  । ଓଡ଼ିଶା ସମାଚାର

 

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.