Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ : ୧୨ ନମ୍ବର ୱାର୍ଡ ରେ ପ୍ରଚାର କଲେ ମନ୍ତ୍ରୀ ଦିବ୍ୟଶଙ୍କର

ଜୁନାଗଡ଼ ପୌର ନିର୍ବାଚନ : ୧୨ ନମ୍ବର ୱାର୍ଡ ରେ ପ୍ରଚାର କଲେ ମନ୍ତ୍ରୀ ଦିବ୍ୟଶଙ୍କର

ଜୁନାଗଡ଼,୨୨/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) : ଜୁନାଗଡ଼ ପୌର ନିର୍ବାଚନ ମାହୋଲ ବେଶ ସରଗରମ ହୋଇଥିବାବେଳେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର।ଜୁନାଗଡ଼ ପୌରାଞ୍ଚଳର ବିଭନ୍ନ ୱାର୍ଡ ବୁଲି ପ୍ରତି ଘରବୁଲି ଲୋକଙ୍କ ନିକଟତର ହେବା ସହ ଭୋଟ ପ୍ରଚାର କରୁଛନ୍ତି।ଆଜି ପୌରାଞ୍ଚଳର ୧୨ ନମ୍ବର ୱାର୍ଡ ବୁଲି ବିଜେଡିର ଅଧ୍ୟକ୍ଷ୍ୟ ପ୍ରାଥି ମହେଶ ସାହୁ ଏବଂ ୱାର୍ଡ ସଭ୍ୟ ଚକ୍ର ଧର ବାଗ ଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିଅମ, ପ୍ରତେକ ସାହି ବସ୍ତିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷ୍ୟା ବିକାଶ ପାଇଁ ବିଭିନ୍ନ ପଦକ୍ଷେପ, ସ୍ୱାସ୍ଥ୍ୟ ରାସ୍ତାଘାଟର ଉନ୍ନତି, ମିସନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି କେବଳ ବିଜେଡି ସରକାର ଦ୍ୱାରା ସମ୍ଭବ ହୋଇପରିଛି । ଆଗାମୀ ଦିନରେ ପ୍ରତି ୱାର୍ଡରେ ପିଡ଼ିଏସ ଚାଉଳ ବଣ୍ଟନ କରାଯିବ ଏବଂ ଜୁନାଗଡ଼କୁ ଏକ ମଡେଲ ସହର ଭାବେ ବିକଶିତ କରା ଯିବ।ଏଣୁ ବିଜୁ ଜନତା ଦଳର ପ୍ରାର୍ଥୀ ଙ୍କୁ ଭୋଟ ଦେବାପାଇଁ ୧୨ ନମ୍ବର ୱାର୍ଡରେ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ପ୍ରଚାର କାର୍ୟ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.