Tuesday , August 9 2022
Breaking News
Home / ବିଶେଷ / ସ୍ୱେଛାସେବୀମାନଙ୍କ ଦ୍ୱାରା ଦଳ ସଫେଇ

ସ୍ୱେଛାସେବୀମାନଙ୍କ ଦ୍ୱାରା ଦଳ ସଫେଇ

ଗରଦପୁର, ୨୧/୦୩/୨୦୨୨( ଓଡ଼ିଶା ସମାଚାର )-ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ବହୁ ଦିନରୁ ଦଳ ଭର୍ତି ହୋଇ ରହିଥିବା ବିଶେଇ ଜୋର କୁ ଗ୍ରାମର ଯୁବଶକ୍ତି ସ୍ୱେଛାସେବୀ ସଂଗଠନ ଓ ଗ୍ରାମର ଅନ୍ୟ କତେକ ଲୋକମାନେ ମିଶି ସଫେଇ କରିଛନ୍ତି । ସ୍ୱେଛାସେବୀ ସଂଗଠନ ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ’ର ମିଳିତ ଉଦ୍ୟମରେ ‘ସମ୍ମାନର ସହ କାମ’ ଯୋଜନାରେ ଏହି ସଫେଇ କାର୍ଯ୍ୟ କରାଯାଇଛି । ଗ୍ରାମର ଯୁବଶକ୍ତି ସଂଗଠନର କର୍ମକର୍ତାମାନଙ୍କ ସହିତ ଗ୍ରାମର କେତେକ ଲୋକମାନେ ମୋଟ ୪୦ଜଣ ମିଶି ପୋଖରୀରେ ଦୀର୍ଘ ଦିନରୁ ଭର୍ତି ହୋଇ ରହିଥିବା ଦଳଗୁଡିକୁ ସଫେଇ କରିଥିଲେ । ପୋଖରୀରୁ ଦଳ ସଫେଇ କରାଯିବା ପରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ଉପସ୍ଥିତ ରହି ଗ୍ରାମର ବିକାଶ ପାଇଁ କରାଯାଇଥିବା ଏହି କାର୍ଯ୍ୟ ପାଇଁ ପ୍ରତ୍ୟେକ ସ୍ୱେଛାସେବୀମାନଙ୍କୁ ଗୋଟିଏ ଲେଖାଏଁ ଫାମିଲ କିଟ୍ସ ପ୍ରଦାନ କରିଥିଲେ । ସମ୍ମାନର ସହିତ କାମ କରି ଗ୍ରାମର ଉନ୍ନତି କାର୍ଯ୍ୟରେ ସହଯୋଗ କରିଥିବାରୁ ପ୍ରତ୍ୟେକ ସ୍ୱେଛାସେବୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗୋଟିଏ ଲେଖାଏଁ ଫାମିଲ କିଟସ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀମାନଙ୍କ ସହିତ ଗ୍ରାମର ଯୁବଶକ୍ତି ସଂଗଠନର ସଭାପତି ବିଶ୍ୱଜିତ୍୍ ପଣ୍ଡା,ରମେଶ ଚନ୍ଦ୍ର ମହାପାତ୍ର,ସୀତାକାନ୍ତ ମହାପାତ୍ର,ଅଶୋକ କୁମାର ମାହାପାତ୍ର,ପ୍ରଫୁଲ୍ଲ ଚନ୍ଦନ୍ର ସାହୁ,ଭବାନୀ ଚନ୍ଦ୍ର ପଣ୍ଡା,ନବଘନ ମିଶ୍ର,ଜ୍ୟୋତି ବିନ୍ଦୁ ଦାସ ଓ ଶାନ୍ତି ମୈତ୍ରୀ ସଂଗଠନର ନିର୍ଦ୍ଧେଶିକା ମଞ୍ଜୁବାଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.