Tuesday , August 9 2022
Breaking News
Home / ରାଜନୀତି / ମାନସ ସେଠୀଙ୍କୁ ୫ ୱାର୍ଡର ପର୍ଯ୍ୟବେକ୍ଷକ ଦାୟିତ୍ୱ

ମାନସ ସେଠୀଙ୍କୁ ୫ ୱାର୍ଡର ପର୍ଯ୍ୟବେକ୍ଷକ ଦାୟିତ୍ୱ

କେନ୍ଦ୍ରାପଡ଼ା, ୨୧/୦୩/୨୦୨୨( ଓଡ଼ିଶା ସମାଚାର )- ବିଜେଡି ଯୁବନେତା ମାନସ କୁମାର ସେଠୀଙ୍କୁ ଦଳ ୫ଟି ୱାର୍ଡର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଏହି ୱାର୍ଡ ଗୁଡିକ ହେଉଛି କେନ୍ଦ୍ରାପଡା ପୌରପରିଷଦର ୧, ୨, ୩, ୪, ଓ ୫ । ମାନସ ତାଙ୍କ ସାଂଗଠନିକ ଦକ୍ଷତା ନିକଟରେ ସମାପ୍ତ ହୋଇଥିବା ପଂଚାୟତ ନିର୍ବାଚନରେ ଦେଖାଇଥିଲେ । ତାଙ୍କୁ ପଂଚାୟତ ନିର୍ବାଚନରେ ୬ନମ୍ବର ଜିଲ୍ଲା ପରିଷଦ ଜୋନର ଦାୟିତ୍ୱ ଦିଆଯାଇଥିଲା । ଏହି ଜୋନରେ ବିଜେଡି ପ୍ରାର୍ଥୀ ନିର୍ମଳା ମହାନ୍ତି ୮ହଜାର ୭୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ମାନସଙ୍କ ନାଁ ଏହାପରେ ଚର୍ଚ୍ଚାକୁ ଆସିଥିଲା । ଫଳରେ ଦଳ ତାଙ୍କ ସାଂଗଠନିକ ଦକ୍ଷତା ଉପରେ ଭରଷା କରି ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.