Tuesday , August 9 2022
Breaking News
Home / ବିଶେଷ / ପ୍ରସିଦ୍ଧ ଭରତପୁର ଦୋଳମେଲଣ ଅନୁଷ୍ଠିତ

ପ୍ରସିଦ୍ଧ ଭରତପୁର ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡା, ୨୧/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମରେ ପ୍ରସିଦ୍ଧ ଶ୍ରୀ ଗୋପାଳଜୀଉ ଏବଂ ଶ୍ରୀଦଧିବାବନଜୀଉଙ୍କ ଦୋଳ ମେଲଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖରେ ଏବଂ ସୋମବାର ସୀତାରାମ ମଠ ପଡିଆରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୋଳ ମେଲଣରେ ପ୍ରାୟ ୧୦ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଂଚି ଥିଲେ । ପ୍ରାୟ ୨ଶହ ବର୍ଷ ପୂର୍ବରୁ ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କୁମାର ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରେ ପାରମ୍ପାରିକ ଲୋକକଳା ଘୋଡାନାଚ, ପାଲା ପ୍ରଭୃତି ପରିବେଷଣ କରାଯାଇ ନାମ ସଙ୍କୀର୍ତନ କରାଯାଇଥିଲା । ଏହି ଉତ୍ସବରେ ସୁଘୋଷ କୁମାର ଦାସ, ବିଜୟ କିଶୋର ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା, ଅରବିନ୍ଦ ମହାନ୍ତି, ସୁବୋଧ କୁମାର ଦାସ, ବିଭୂତି ଭୂଷଣ ମହାନ୍ତି, ଧରଣୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.