ଜୁନାଗଡ଼, ୨୧/୦୩/୨୦୨୨( ଓଡ଼ିଶା ସମାଚାର / ରାକେଶ ବେମାଲ)- ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କୁ ଜୋରଦାର୍ ହେଉଛି । ପୌର ନିର୍ବାଚନ ପାଇଁ ଜୁନାଗଡ ର ଅଧ୍ୟକ୍ଷ ପଦ ପାଇଁ ତିନି ପ୍ରମୂଖ ଦଳ ଏବ୍ଂ ଏହି ଦଳ ମାନଙ୍କ ପକ୍ଷରୁ ୱାର୍ଡ ପାର୍ଥି ପ୍ରଚର କୁ ଜୋରଦାର୍ କରିଛନ୍ତି । ବିଜେଡି ର ମହେଶ୍ ସାହୁ ଙ୍କ ପାଇଁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରଚାର ମଙ୍ଗ ଧରିଛନ୍ତି । ନିଜ ଦଳ ପ୍ରାର୍ଥୀ ମାନଙ୍କ ପାଇଁ ମହିଳା ମାନଙ୍କ ସମର୍ଥନ ଲୋଡିଛନ୍ତି । ଏଥି ନେଇ ସ୍ଥାନୀୟ ବସ ଷ୍ଟାଣ୍ଡ, ବଜାର୍ ପଡା,କନକ ଦୂର୍ଗା ନିକଟ ରେ ମହିଳା ମାନଙ୍କୁ ନେଇ ବିଶାଲ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ସେହିପରି ବିଜେପି ଅଧ୍ୟକ୍ଷ ପାର୍ଥି ମୁକେଶ୍ ଅଗ୍ରୱାଲ ଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର୍ ପ୍ରଚାର ମଙ୍ଗ ଧରିଛନ୍ତି ନିଜ ସମର୍ଥକ ଙ୍କ ବିଶାଳ ରାଲି ସହିତ ବିଭିନ୍ ୱାର୍ଡ ରେ ଥିବା ଘର ଘର ବୁଲି ପ୍ରଚାର କରୁଛନ୍ତି । କଂଗ୍ରେସ ପକ୍ଷ୍ୟରୁ ମଧ୍ୟ ଅଧ୍ୟକ୍ଷ ପ୍ରାର୍ଥି ପ୍ରଭାତ ଦାଶ ନିଜ ସମର୍ଥକ ଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଭୋଟ ଭିକ୍ଷା କରୁଛନ୍ତି । ତାଙ୍କ ପାଇଁ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ତାଙ୍କ ପାଇଁ ନିର୍ବାଚନ ପ୍ରଚକ୍ଷର କରି ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଠାରେ ନିର୍ବାଚନୀ ସଭାରେ ଶାସକ ବିଜେଡି ଓ ବିଜେପି କୁ କଟୁ ସମାଲୋଚନା କରିଛନ୍ତି । ଏବ୍ଂ ନିର୍ମଲ ଭାବ ମୂର୍ତ୍ତୀ ସମ୍ପନ୍ନ ପାର୍ଥି ଙ୍କୁ ଭୋଟ ଦେବା ପାଇଁ ଜଣ ସାଧାରଣ ଙ୍କୁ ନିବେଦନ କରିଥିଲେ । ଯାହା ଫଳ ରେ ପୌର ନିର୍ବାଚନ ପାଇଁ ଏହି ପ୍ରମୁଖ ତିନି ରାଜନୈତିକ ଦଳ ନିଜ ନିଜ୍ ରଣନୀତି ପ୍ରସୂତି କରି ଲୋକଙ୍କ ନିକଟ ତର ହେବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଓଡ଼ିଶା ସମାଚାର
