Friday , August 19 2022
Breaking News
Home / ବିଶେଷ / ଗଦାଧର ପୀଠରେ ଲଉଡ଼ି ଖେଳ 

ଗଦାଧର ପୀଠରେ ଲଉଡ଼ି ଖେଳ 

ଗରଦପୁର, ୨୧/୦୩/୨୦୨୨( ଓଡ଼ିଶା ସମାଚାର )-ଶ୍ରୀ ଗଦାଧର ଗୋସ୍ୱାମୀ ଉନ୍ନୟନ ପରିଷଦ ଓ ଯାଦବ ମହାସଭା ଆନୁକୂଲ୍ୟରେ ଲଉଡ଼ି ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।  ଗଦାଧର ମହାପୁରୁଷଙ୍କ ପୀଠରେ ଅନୁଷ୍ଠିତ ଲଉଡ଼ି ଉତ୍ସବରେ ୮ ଟି ପ୍ରତିଯୋଗୀ ଦଳ ଅଂଶ ଗ୍ରହଣ କରି ଗୋପାଳ ଓଗାଳ ଓ କାଠି ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ ରାମଚନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ଅଟାବୁହା ଗ୍ରାମର ମା କ୍ଷେତ୍ରମଣି ଲଉଡ଼ି ଦଳ ଯୋଗ୍ୟ ବିବେଚିତ ହୋଇ ମାନପତ୍ର ସହ ପୁରସ୍କାର ଗ୍ରହଣ କରିଥିଲା । ଆୟୋଜିତ ଉତ୍ସବରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସମାଜସେବୀ ଅଜୟ ରାଉତ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସରପଂଚ ଅଭୟ କୁମାର ମଲ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.