Wednesday , May 18 2022
Breaking News
Home / କ୍ରୀଡ଼ା / କୃତି ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧନା

କୃତି ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼, ୨୧/୦୩/୨୦୨୨( ଓଡ଼ିଶା ସମାଚାର / ରାକେଶ ବେମାଲ)- ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନ୍ ଦ୍ୱାରା ଆୟୋଜିତ ଓଡିଶା ଭେଟରାନ୍ ଚାମ୍ପିୟନ ସିପ୍ ରେ ଜୁନାଗଡ଼ କଲେଜ ର ଖେଳ ଶିକ୍ଷକ ତଥା ଜୁନାଗଡ଼ ଆସୋସିଏସନର ସମ୍ପାଦକ ଶ୍ରୀ ସମିର କୁମାର ସାହୁ ଓ ଗୌରୀ ଶଙ୍କର ବିଶି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଥିବାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମୀର ସାହୁ କ୍ରମାଗତ ଭାବେ କଟକ, କୋରାପୁଟ ଓ ଜଟନି ରେ ଡବଲସ (ଉପ ବିଜେତା) ହେଇଥିଲେ ଏବଂ ଝାରସୁଗୁଡ଼ା ରେ ଆୟୋଜିତ ହେଇଥିବା ଷ୍ଟେଟ ଟୁର୍ଣ୍ଣାମେଣ୍ଟ ର ସେ ଡବଳସରେ (ଚାମ୍ପିଅନ୍) ହେଇଥିଲେ ଓ ଗୌରୀ ଶଙ୍କର ବିଷି ସିଙ୍ଗଳ ରେ କରାପୁଟ ରେ ଚାମ୍ପିୟନ ହୋଇ ଜୁନାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ପାଇଁ ଗୌରବ ଆଣିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଶ୍ରେୟ ଦେଇଛନ୍ତି, ମାନ୍ୟବର ମନ୍ତ୍ରୀ ଜୁନାଗଡ ରେ ଯେଉଁ ବ୍ୟାଡମିଣ୍ଟନ ଇଣ୍ଡୋର୍ ଷ୍ଟାଡିୟମ୍ କରାଇବାରେ ଯେଉଁ ପ୍ରମୁଖ ଭୂମିକା ତୁଲାଇଛନ୍ତି ଯାହାକି ସମସ୍ତ ଖେଳାଳି ପାଇଁ ଗୋଟିଏ ସ୍ୱପ୍ନ ଥିଲା ଏହି ଇଣ୍ଡୋର୍ ହଲ୍ ରେ ପ୍ରାକ୍ଟିସ୍ କରିବା ଦ୍ୱାରା ସଫଳତା ଆଣିବା ପାଇଁ ସୁଯୋଗ ମିଲୁଛି ।
ପ୍ରକାଶ ଥାଉକି ଏହି ବର୍ଷ ଇଣ୍ଡୋର୍ ହଲ୍ ର ପ୍ରମିଳା ଶବର ଅଣ୍ଡର-୧୯ କ୍ୟାଟେଗୋରି ମିକ୍ସ ଡବଳ ରେ ଚାମ୍ପିଅନ୍ ହେଇଥିଲେ ଓ ରଶ୍ମିତା ଶବର ଓ ସୁପ୍ରଭା ମାହାର କଳାହାଣ୍ଡି ଇଉନିଭର୍ସିଟି ଟିମ୍ ରେ ମନୋନୀତ ହେଇ ଇଣ୍ଟର୍ ଇଉନିଭର୍ସିଟି ରେ ସିଙ୍ଗଲ୍ ଓ ଡବଲ୍ ରେ (ଉପବିଜେତା) ହୋଇ କଳାହାଣ୍ଡି ଇଉନିଭର୍ସିଟି ତଥା ଏହି ଆସୋସିଏସନ୍ ପାଇଁ ଗୌରବ ଆଣିଦେଇଛନ୍ତି । ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏସନ୍ ର ସଭାପତି ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, କାର୍ୟ୍ୟକାରିଣୀ ସଭାପତି ସରୋଜ କୁମାର ପଣ୍ଡା, ପୂର୍ବତନ ସଭାପତି ହିମାଂଶୁ ଶେଖର ବରାଡ, ପୂର୍ବତନ ନଗରପାଳ ମହେଶ ସାହୁ, ବାର ଆସୋସିଏସନ ସଭାପତି ଦିପେନ ସାହୁ, ସନ୍ଦୀପ ସାହୁ, ମାନସ ସାହୁ , ଦିଲୀପ ପଣ୍ଡା , ପପୁ ପଣ୍ଡା ,କାଳିନ୍ଦୀ ପାଣିଗ୍ରାହ୍ୟ, ସୁଜିତ ପଣ୍ଡା , ପ୍ରଭୁଦତ୍ତ ପଣ୍ଡା,ତାପସ ସାହୁ , ଚକ୍ର ବାଗ, ସତୀଶ ପ୍ରଧାନ ,ରାଜା ସାହୁ,ଉମେଶ ଜୈନ,ନୀତେଶ ମହାପାତ୍ର , ରଜନୀ ଦାଶ , ନରେଶ ସୁନାନୀ ,ଲିକୁ ସାବତ ,ବବଲୁ ନାଏକ , ସୁମନ ପାଣିଗ୍ରାହୀ ,ଶ୍ରୀତମ ସାହୁ, ଦିପେନ ବାଗ,ଜଳି ପରଭୋଇ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ର ସମସ୍ତ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *