Thursday , August 18 2022
Breaking News
Home / ବିଶେଷ / ଇନ୍ଦୁପୁର ପଂଚାୟତରେ ସଫେଇ କାର୍ଯ୍ୟକ୍ରମ

ଇନ୍ଦୁପୁର ପଂଚାୟତରେ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୨୧/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତର ନବ ନିର୍ବାଚିତ ସରପଂଚ ପ୍ରଦୀପ୍ତରଞ୍ଜନ ସୁତାରଙ୍କ ନେତୃତ୍ୱରେ ପଂଚାୟତର ବିଭିନ୍ନ ସ୍ଥାନକୁ ସଫେଇ କରାଯାଇଛି । ସେହି ପଂଚାୟତକୁ ଜିଲ୍ଲାର ଏକ ଆଦର୍ଶ ପଂଚାୟତ ଭାବରେ ଗଢିତୋଳିବା ଉଦେଶ୍ୟରେ ସରପଂଚଙ୍କ ଶ୍ରୀ ସୁତାରଙ୍କ ନେତୃତ୍ୱରେ ପଲ୍ଲିମଙ୍ଗଳ ପଡିଆ ଓ ପଂଚାୟତ ସମ୍ମୁଖ ରାସ୍ତାରୁ ଅଳିଆ ଆବର୍ଜ୍ଜନାକୁ ସଫା କରାଯାଇ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି । ଆଗାମୀ ବାରୁଣୀ ମେଳାକୁ ସରସ ସୁନ୍ଦର କରିବା ପାଇଁ ଆସନ୍ତା ରବିବାର ଇନ୍ଦୁପୁର ଗ୍ରାମପଂଚାୟତ ପକ୍ଷରୁ ବାରୁଣୀ ସ୍ନାନ ଘାଟ ଓ ବିରୂପା ନଦୀ ପଠାକୁ ମଧ୍ୟ ସଫେଇ କରାଯିବାକୁ ନିଷ୍ପତିି ଗ୍ରହଣ କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ନାଏବ ସରଂଚ ପ୍ରମିଳା ସାହୁ, ମୋହନ ଚାନ୍ଦ ମଳିକ, ବିଜନ ମଳିକ, ସନ୍ତୋଷ ବେହେରା, ଶ୍ରୀକାନ୍ତ ବେହେରା, ମିଲନ ଜେନା, ଅପର୍ଣ୍ଣା ବାରିକ, କନକଲତା ଜେନା, ପ୍ରମୋଦ ସାହୁ, ରଚନା ମଳିକ, ରୁବିନା ମଳିକ, ପ୍ରକାଶ ମଳିକ, ସୁଧିର ଜଗତି, ସେକ ଇସାକ, ସୁନାକର ସୁତାର, ଦୁଷ୍ମନ୍ତ ମଳିକ, ସୁରେନ୍ଦ୍ର ନାଥ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.