Tuesday , August 9 2022
Breaking News
Home / ବିଶେଷ / ୯ ଦିନ ଵିତିଲା ପୋଲିସ୍ ହାତ ଖାଲି, ଅଭିଯୁକ୍ତଙ୍କୁ ଗିରଫ କରିଵାରେ ଟାଳଟୁଳ ନୀତି

୯ ଦିନ ଵିତିଲା ପୋଲିସ୍ ହାତ ଖାଲି, ଅଭିଯୁକ୍ତଙ୍କୁ ଗିରଫ କରିଵାରେ ଟାଳଟୁଳ ନୀତି

କଟକ ସଦର, ୨୦/୦୩/୨୨(ଓଡିଶା ସମାଚାର/ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କିଶନନଗର ଯାଗର ଯାତ୍ରା ପଡିଆରେ ୧୨ ତାରିଖ ବିଳମ୍ବିତ ରାତିରେ ଏକ ଫାଷ୍ଟ ଫୁଡ ଦୋକାନରେ ଯୋର ଜବରଦସ୍ତ ପସି ଲୁଟପାଟ କରିଵା ଏବଂ ଏହାର ପ୍ରତିବାଦ କରିଵାରୁ ଦୋକାନର ମିସ୍ତ୍ରୀ କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଚାଲି ଯାଇଥିଵା ପୋଲିସ୍ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗରେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ଜନୈକ ଛାତ୍ର ନେତାଙ୍କ ଭାଇ ଓ ଅନେକ ଅଭିଯୁକ୍ତ ସଂପୃକ୍ତ ଥିବା ଦର୍ଶାଯାଇଥିଲା।ଦଦନ୍ତରେ ମଧ୍ୟ ସମସ୍ତେ ଘଟଣାରେ ସଂପୃକ୍ତ ଵୋଲି ପୋଲିସ ଜାଣିବାକୁ ପାଇଥିଲା।ହେଲେ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି ରାଜନୈତିକ ଚାପରେ ଅନ୍ୟମାନଙ୍କୁ ଗିରଫ ନକରି ଥିଵାରୁ ପୋଲିସର ପାରିଵା ପଣିଆ ପଦାରେ ପଡିଛି ଵୋଲି ଅଭିଯୋଗ ହେଉଛି। ଏଥିସହିତ ଅଭିଯୋଗକାରୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିଵାକୁ କଟକ ଗ୍ରାମାଞ୍ଚଳ ପୋଲିସ୍ ଅଧିକ୍ଷକଙ୍କ ନିକଟରେ ସାଧାରଣରେ ଦାଵି ହେଉଛି । ଓଡିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.