Wednesday , September 28 2022
Breaking News
Home / ଶିକ୍ଷା / ବାଣୀବିହାର କ୍ୟାମ୍ପସ୍ ଅଶାନ୍ତ

ବାଣୀବିହାର କ୍ୟାମ୍ପସ୍ ଅଶାନ୍ତ

ଭୁବନେଶ୍ୱର , ୨୦/୦୩/୨୦୨୨ (ଓଡ଼ିଶା ସମାଚାର)- ବାଣୀବିହାର କ୍ୟାମ୍ପସ୍ ପୁଣି ଅଶାନ୍ତ ହୋଇ ପଡ଼ିଛି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହିତ କେତୋଟି ଗାଡି ପୋଡିଦେଇଛନ୍ତି । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଣୀ ବିହାର କ୍ୟାମ୍ପସରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ କିଛି ଦୁର୍ବୁତ୍ତ ହଷ୍ଟେଲ୍ ଆଗରେ ଥିବା ଦାମୀ ବାଇକ୍ ଓ ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଛାନ୍ ଭିନ୍ ଆରମ୍ଭ କରିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.