ଭୁବନେଶ୍ୱର, ୧୯/୦୩/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୭୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୪୨, ସ୍ଥାନୀୟ ଅଂଚଳରୁ ୩୦ ଓ ୧୮ ବର୍ଷ ବୟସ ମଧ୍ୟରେ ୧୫ ଜଣ ଶିଶୁ ଅଛନ୍ତି।ଏହି ଆକ୍ରାନ୍ତଂକ ମଧ୍ୟରେ ଗଂଜାମରୁ ସର୍ବାଧିକ ୧୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୯, ସୁନ୍ଦରଗଡ଼ ଓ ଗଜପତିରୁ ୭ ଜଣ ଲେଖାଏଁ, ବରଗଡ଼, ଯାଜପୁର ଓ କୋରାପୁଟରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା, ସମ୍ବଲପୁର ଓ ମୟୁରଭଞ୍ଜରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ କଟକରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଥିବା ବେଳେ ଷ୍ଟେଟପୁଲ ରୁ ୨ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଆଉ ୧୧୮ ଜଣ ସୁସ୍ଥ ହେବାପରେ ମୋଟ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୭୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୬୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଓଡ଼ିଶା ସମାଚାର
