Tuesday , August 9 2022
Breaking News
Home / ବିଶେଷ / କଟକ ସଦର ଅଞ୍ଚଳରେ ନିରାଡମ୍ବର ଭାବେ ପାଳିତ ହେଲା ପ୍ରକୃତି ଓ ପ୍ରେମର ପର୍ଵ ‘ ହୋଲି’

କଟକ ସଦର ଅଞ୍ଚଳରେ ନିରାଡମ୍ବର ଭାବେ ପାଳିତ ହେଲା ପ୍ରକୃତି ଓ ପ୍ରେମର ପର୍ଵ ‘ ହୋଲି’

କଟକ ସଦର, ୧୯/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କୋଭିଡ୍ ପାଇଁ ସର୍ବସାଧାରଣରେ ହୋଲି ଖେଳକୁ ସରକାର ଵାରଣ କରିଥିଵାରୁ କଟକ ସଦର ଅଞ୍ଚଳର କନ୍ଦରପୁର,ଵୈୟାଳିଶମୈ।ଜା,କିଶନନଗର,ନେମାଳ ଓ ଵିଲହାଟ ପ୍ରଭୃତି ସ୍ଥାନରେ ନିରାଡମ୍ବର ଭାବେ ରଙ୍ଗର ପର୍ଵ ହୋଲି ଖେଳ ହୋଇଥିଵାରୁ ଏହା ଫିକା ପଡ଼ିଯାଇଛି। ହିନ୍ଦୁ ପଞ୍ଚାଙ୍କ ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ପ୍ରକୃତି,ପ୍ରେମ ଓ ହସଖୁସିର ପର୍ଵ ‘ ହୋଲି’।ଏହାର ପୂର୍ଵ ଦିନ ଅର୍ଥାତ୍ ଫାଲଗୁନ ପୂର୍ଣ୍ଣିମା କୁ ହିଁ ଦୋଳପୂର୍ଣ୍ଣିମା କୁହାଯାଏ।ଏହି ପୂର୍ଣ୍ଣିମାର ବିଶେଷତ୍ଵ ଏହିଯେ ଭକ୍ତ ଵର୍ଷ ସାରା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଠାକୁରଙ୍କ ନିକଟରେ ଭୋଗ ଲାଗି କରିଥାଆନ୍ତି।ହେଲେ ଦୋଳ ପୂର୍ଣ୍ଣିମାରେ ଭଗଵାନ ଦୋଳ ଵିମାନରେ ଭକ୍ତର ଦୂଆରକୁ ଭୋଗ ଖାଇଵାକୁ ଆସିଥାନ୍ତି। ଏବଂ ଏହି ଦିନ ଗୋପାଳ(ଗଉଡ) ସଂପ୍ରଦାୟମାନେ ତାଙ୍କ ଜାତିର ଈଷ୍ଟଦେଵଙ୍କ ପାଇଁ ପର୍ଵ ପାଳନ କରିବା ସହିତ ରାତିରେ ଦୋଳଗୋବିନ୍ଦ ଙ୍କ ଉଦେଶ୍ୟରେ ଗୋପାଳଙ୍କ ଓଗାଳ ପରିବେଷଣ କରନ୍ତି। ଆନନ୍ଦ ଓ ଉଲ୍ଲାସର ରଙ୍ଗର ପର୍ଵ ହୋଲି ପରମ୍ପରା ଅନୁଯାୟୀ ମଧ୍ୟ ଅତ୍ୟନ୍ତ ପ୍ରାଚୀନ ଓ ଏହାର ସ୍ୱରୂପ ଓ ଉଦେଶ୍ୟ ସମୟ ସହିତ ପରିବର୍ତ୍ତିତ ହେଵାର ଦେଖା ଯାଇଛି। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.